କନକ ବ୍ୟୁରୋ: ଆସନ୍ତା ୩୦ ତାରିଖ ବେଳକୁ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହେବ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖ ଅଂଚଳ ଓ ଦକ୍ଷିଣ ବଙ୍ଗୋପସାଗରରେ ଏହା ସୃଷ୍ଟି ହେବ । ଉତର , ଉତର ପଶ୍ଚିମ ଦିଗରେ ଏହା ଗତି କରି ଆଗକୁ ମିଆଁମାର ଓ ବଂଲାଦେଶ ଆଡକୁ ଗତିକରିବ ବୋଲି ଅନୁମାନ କରାଯାଉଛି । ସେପଟେ ସମୁଦ୍ର ପତନରୁ ଠାରୁ ଦେଢ କିଲୋମିଟର ଉଚ୍ଚରେ ବାୟୁମଣ୍ଡଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।
ଏହା ଉତର ବିହାର ଠାରୁ ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ , ଝାଡଖଣ୍ଡ ଓ ଉତର ଛତିଶଗଡ ଯାଏଁ ଲଂବିଛି । ଏହା ବାଦ୍ ସମୁଦ୍ର ପତନରୁ ପ୍ରାୟ ୯ ଶହ ମିଟର ଉଚତାରେ ତେଲେଙ୍ଗାନାରୁ କୋମେରୀନ ଅଂଚଳ ଯାଏଁ ଆଉ ଏକ ଟ୍ରଫ ଲାଇନ ରହିଛି । ଏହାର ପାଶ୍ୱର୍ବର୍ତୀ ଅଂଚଳରେ ମଧ୍ୟ ଗୋଟିଏ ଘୂର୍ଣ୍ଣିବଳୟ ରହୁଛି । ଏହି ଟ୍ରଫ ଲାଇନ କାରଣରୁ ଆଜି ରାଜ୍ୟର ୫ ଜିଲ୍ଲା ଗଂଜାମ, ଗଜପତି, କୋରାପୁଟ, କଟକ ଓ ଖୋର୍ଧାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଏହା ପ୍ରଭାବରେ ମଧ୍ୟମ ଧରଣର ବର୍ଷା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/CYCLONE.jpg)