ଦୀଘା ବିଚରେ କାମ ଆରମ୍ଭ କଲା ପଶ୍ଚିମବଙ୍ଗ । ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କଲା ବାଲେଶ୍ୱର ପ୍ରଶାସନ

Advertisment
ଦୀଘା ବିଚରେ କାମ ଆରମ୍ଭ କଲା ପଶ୍ଚିମବଙ୍ଗ । ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କଲା ବାଲେଶ୍ୱର ପ୍ରଶାସନ

କନକ ବ୍ୟୁରୋ : ବନ୍ଦ ହେଲା ବାଲେଶ୍ୱର ସୀମାନ୍ତ ଉଦୟପୁର-ଦିଘା ବିଚରେ ବେଆଇନ ଭାବେ ପଶ୍ଚିମବଙ୍ଗର ପାଚେରୀ ନିର୍ମାଣ । ଭୋଗରାଇ ତହସିଲଦାର ଓ ପୋଲିସ ପହଂଚି ନିର୍ମାଣ କାମ ବନ୍ଦ କରିଛନ୍ତି । ଉଭୟପୁର ବେଳାଭୂମିରେ ଦ୍ୱିତୀୟ ଥର ପାଇଁ ପାଚେରୀ ନିର୍ମାଣ କରୁଥିଲା ପଶ୍ଚିମବଙ୍ଗ । ୧୪୪ ଧାରା ଲାଗୁ କରାଯାଇଥିଲେ ମଧ୍ୟ ଜୋରଜବରଦସ୍ତ ନିର୍ମାଣ କାମ କରୁଥିଲା ପଶ୍ଚିମବଙ୍ଗ ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରି ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ସାଧାରଣ ଲୋକମାନଙ୍କୁ ଭୟ ଦେଖାଇ ବଳପୂର୍ବକ ପାଚେରୀ ନିର୍ମାଣ କରୁଥିଲେ । ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଖଡ଼ା ଆର ଆଇ ନିଶିକାନ୍ତ ସିଂ ଏବଂ ତାଳସାରି ସାମୁଦ୍ରିକ ଥାନା ପୁଲିସ ସ୍ଥଳରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିବା ସହିତ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କୁ ଆଲୋଚନା ପାଇଁ କହିଥିଲେ। ମାତ୍ର ସେମାନେ ବେଆଇନ ଭାବେ ଓଡ଼ିଶା ମାଟିରେ କାର୍ଯ୍ୟ କରୁଥିବା ଜାଣି ଆସି ନ ଥିଲେ।

୨୦୧୫ରେ ଉଦୟପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଥାନା ଏବଂ ଶୌଚାଳୟ ନିର୍ମାଣକୁ ବିରୋଧ କରିଥିଲା ପଶ୍ଚିମବଙ୍ଗ ସରକାର । ସେବେଠୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୨୦୧୮ରେ ପଶ୍ଚିମବଙ୍ଗ ସରକାର ଉଦୟପୁର ରାସ୍ତାରେ ଫଳକ ଲଗାଇବା ପରେ ଓଡ଼ିଶା ପ୍ରଶାସନ ଏହାକୁ ହଟାଇ ଦେଇଥିଲେ । ପରବର୍ତୀ ସମୟରେ ୨୦୨୦ରେ ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ନିଜ ଅଧିକାରକୁ ନେବାକୁ ଚେଷ୍ଟା ବିଫଳ ହୋଇଥିଲା । ଏବେ ଦିଘା ବିଚରେ ବେଆଇନ ଭାବେ ପାଚେରୀ ନିର୍ମାଣ ଚଳାଇଥିଲା ପଶ୍ଚିମବଙ୍ଗ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe