କନକ ବ୍ୟୁରୋ : ବନ୍ଦ ହେଲା ବାଲେଶ୍ୱର ସୀମାନ୍ତ ଉଦୟପୁର-ଦିଘା ବିଚରେ ବେଆଇନ ଭାବେ ପଶ୍ଚିମବଙ୍ଗର ପାଚେରୀ ନିର୍ମାଣ । ଭୋଗରାଇ ତହସିଲଦାର ଓ ପୋଲିସ ପହଂଚି ନିର୍ମାଣ କାମ ବନ୍ଦ କରିଛନ୍ତି । ଉଭୟପୁର ବେଳାଭୂମିରେ ଦ୍ୱିତୀୟ ଥର ପାଇଁ ପାଚେରୀ ନିର୍ମାଣ କରୁଥିଲା ପଶ୍ଚିମବଙ୍ଗ । ୧୪୪ ଧାରା ଲାଗୁ କରାଯାଇଥିଲେ ମଧ୍ୟ ଜୋରଜବରଦସ୍ତ ନିର୍ମାଣ କାମ କରୁଥିଲା ପଶ୍ଚିମବଙ୍ଗ ।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରି ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ସାଧାରଣ ଲୋକମାନଙ୍କୁ ଭୟ ଦେଖାଇ ବଳପୂର୍ବକ ପାଚେରୀ ନିର୍ମାଣ କରୁଥିଲେ । ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଖଡ଼ା ଆର ଆଇ ନିଶିକାନ୍ତ ସିଂ ଏବଂ ତାଳସାରି ସାମୁଦ୍ରିକ ଥାନା ପୁଲିସ ସ୍ଥଳରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିବା ସହିତ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କୁ ଆଲୋଚନା ପାଇଁ କହିଥିଲେ। ମାତ୍ର ସେମାନେ ବେଆଇନ ଭାବେ ଓଡ଼ିଶା ମାଟିରେ କାର୍ଯ୍ୟ କରୁଥିବା ଜାଣି ଆସି ନ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/19-29.jpg)