ବରଗଡ ଗାଁରୁ ଛତିଶଗଡ ଉପରେ ଆଖି : ପଡୋଶୀ ସୀମାକୁ ଲାଗି ରହିଥିବା ୬ଟି ବ୍ଲକର ୫୮ଟି ଗାଁରେ ଚାଲିଛି କଡାକଡି ଯାଂଚ

ଯାଆସ କରୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖିଛି ଜିଲ୍ଲା ପ୍ରଶାସନ; ଛତିଶଗଡରୁ ଆସୁଥିବା ଲୋକଙ୍କ ଚାଲିଛି ତଥ୍ୟ ସଂଗ୍ରହ

158

କନକ ବ୍ୟୁରୋ : ପଡିଶା ବଢାଉଛନ୍ତି ଓଡିଶା ଚିନ୍ତା । ସୀମାନ୍ତବର୍ତୀ ରାଜ୍ୟ ଛତିଶଗଡରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ସୀମାକୁ ଲାଗି ରହିଥିବା ଜିଲ୍ଲାଗୁଡିକ ଉପରେ ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବରଗଡ ଜିଲ୍ଲା ସୀମାନ୍ତରେ ଯାଆସ କରୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖୁଛି ଜିଲ୍ଲା ପ୍ରଶାସନ । ବରଗଡ ଜିଲ୍ଲାର ୬ଟି ବ୍ଲକର ୫୮ଟି ଗ୍ରାମରେ ଯାଂଚକୁ କଡାକଡି କରାଯାଇଛି ।

ଏପରିକି ଛତିଶଗଡରୁ ଏସବୁ ସୀମାନ୍ତ ଗାଁକୁ ଆସୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଏହି ଗାଁ ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ବିଡିଓ, ତହସିଲଦାରଙ୍କୁ ସଚେତନ କରିବା ଲାଗି ନିର୍ଦ୍ଦେଶ ରହିଛି । ପଡୋଶୀ ଛତିଶଗଡରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖି ଟେଷ୍ଟିଂ କରିବାକୁ କୁହାଯାଇଛି । ଓଡିଶା ସୀମାନ୍ତ ଆମ୍ବାଭୋନାରେ ଛତିଶଗଡ ପଟରୁ ଆସୁଥିବା ଗାଡିଗୁଡିକୁ ଚେକିଂ କରି ଜିଲ୍ଲା ଭିତରକୁ ଛଡା ଯାଉଥିବା ଦେଖିବାକୁ ମିଳିଛି ।