ରାସ୍ତା ମରାମତି ପାଇଁ କଲଭର୍ଟ ବସାଇବାକୁ ସୀମାର ୫ କିଲୋମିଟର ପୂର୍ବରୁ ଖୋଳାଯାଇଥିଲା ରାସ୍ତା : ଗଡ଼ିଲାନି ଗାଡି, ଚାଲିଚାଲି ଯାଇ ସୀମା ସମୀକ୍ଷା କଲେ ମାଥିଲି ତହସିଲଦାର

96

କନକ ବ୍ୟୁରୋ : ଓଡ଼ିଶାକୁ ପଶି ଆସୁଛି ଛତିଶଗଡ଼ । ସୀମାର ତଦାରଖ କରିବାକୁ ବାହାରିଥିଲେ ତହସିଲଦାର । କିନ୍ତୁ ରାସ୍ତା ମରାମତି ପାଇଁ କଲଭର୍ଟ ବସାଇବାକୁ ସୀମାର ୫ କିଲୋମିଟର ପୂର୍ବରୁ ଖୋଳାଯାଇଥିଲା ରାସ୍ତା । ଶେଷରେ ଉପାୟ ଶୂନ୍ୟ ତହସିଲଦାର ଗାଡିରୁ ଓଲ୍ଲାଇ ଚାଲି ଚାଲି ସୀମା ନିକଟରେ ପହଂଚିଥିଲେ ।

ମାଲକାନଗିରି ଜିଲ୍ଲା ମାଥିଲିରୁ ଆସିଛି ଏପରି ଚିତ୍ର । ଛତିଶଗଡ଼ ସୀମା ମାଡ଼ି ଆସୁଥିବା ଖବର ପାଇ ମାଥିଲି ତହସିଲଦାର ଅରୁଣ ବର୍ଗେ ଖବର ପାଇ ଛତିଶଗଡ ସୀମା କମାରପାଲ୍ଲି ଠାରେ ହୋଇଥିବା ଗେଟ ପରିଦର୍ଶନ ପାଇଁ ବାହାରିଥିଲେ । କିନ୍ତୁ ୫ କିଲୋମିଟର ଦୂରରେ କଲଭର୍ଟ ନିର୍ମାଣ ଚାଲୁଥିବା ହେତୁ ଆଗକୁ ଯାଇନଥିଲା ବୋଲେରୋ । ବାଧ୍ୟ ହୋଇ ୫ କିଲୋମିଟର ଚାଲିଥିଲେ ତହସିଲଦାର । ସୀମା ଗେଟକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରି ଫେରିଥିଲେ ।