ମତ ଦେଲେନି ମତଦାତା। ବିଭିନ୍ନ ସମସ୍ୟାକୁ ନେଇ କେତେକ ସ୍ଥାନରେ ଭୋଟ୍ ବର୍ଜନ କଲେ ଭୋଟର

113

କନକ ବ୍ୟୁରୋ: ଭୋଟ ବର୍ଜନ କଲେ ମତଦାତା । ଗଣତନ୍ତ୍ରର ମହାପର୍ବ କୁହାଯାଉଥିବା ନିର୍ବାଚନକୁ ବିଭିନ୍ନ ସ୍ଥାନରେ ବର୍ଜନ କରିଛନ୍ତି ମତଦାତା । କୁଚିଣ୍ଡାର ୩ଟି ବୁଥ୍ ଓ କେନ୍ଦୁଝରରେ ୨୪୬ ଓ ୨୪୭ ନଂ ବୁଥରେ ଭୋଟ ବର୍ଜନ କରିଛନ୍ତି ଭୋଟର । କୁଚିଣ୍ଡାର ବାମଣ୍ଡାଗଡ, ଲେପେଇକାନି ଓ ପରଙ୍ଗାମାଳବାସୀ ଭୋଟ୍ ବର୍ଜନ କରିଛନ୍ତି ।

ସେହିପରି କେନ୍ଦୁଝରର କେହ୍ନଇଗୋଳା ଓ ରାଣୀପଦା ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି । ଗାଁରେ ଉନ୍ନୟନ୍ନ ମୂଳକ କାମ ହେଉନଥିବା ଓ ସବୁ ସମୟରେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଥିବାରୁ ଏହାର ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।