୨ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜ କାର୍ଯ୍ୟକ୍ରମରେ ଦେବେ ଉଦବୋଧନ , ପ୍ରଦାନ କରିବେ ସମ୍ମାନଜନକ କଲର ଆୱାର୍ଡ

278

କନକ ବ୍ୟୁରୋ : ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ହେଉଛି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ୱିତୀୟ ଦିନ । ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜ୍ ଯିବେ ରାଷ୍ଟ୍ରପତି । ସେଠାରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ । ୧୯୮୪ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ଆର୍ମି ଡିଫେନ୍ସ ସେଂଟରର, ୨୫ ବର୍ଷରୁ ଅଧିକ ସମୟ ଧରି ଉଲ୍ଲେଖନୀୟ ସେବା ଯୋଗାଇ ଦେଇ ଆସୁଥିବାରୁ ଏହି ସେଂଟରକୁ ସମ୍ମାନଜନକ କଲର ଆୱାର୍ଡ ପ୍ରଦାନ କରିବେ ରାଷ୍ଟ୍ରପତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ଥଳସେନା ମୁଖ୍ୟ ବିପିନ ରାୱତ୍ ମଧ୍ୟ ରଙ୍ଗେଇଲୁଣ୍ଡାରେ ପହଂଚିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାର ଓ ଲେଫ୍ଟନାଂଟ ଜେନେରାଲ ଏ.ପି.ସିଂ ପ୍ରମୁଖ ସାମିଲ ହେବେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।