ଆମ ପରିବେଶ ଆମେ ସଫା ରଖିବୁ । ନିଜେ ଜଙ୍ଗଲ ସୃଷ୍ଟି କଲେ ପୁରୁଣାଢ଼ିହ ଗ୍ରାମବାସୀ । ୨୮ ବର୍ଷ ଉଦ୍ୟମ ପରେ ୭ଶହ ଏକର ଏବେ ସବୁଜିମା
କନକ ବ୍ୟୁରୋ: ୨୮ବର୍ଷ ଧରି ଉଦ୍ୟମ କରୁଥିଲେ। ହେଲେ ନିଜ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ ତଥା ଜଙ୍ଗଲକ୍ଷୟକୁ ରୋକିବା ପାଇଁ ଆଦିବାସୀ ଅଞ୍ଚଳ ଲୋକେ ଏବେ ଏକ ନୂତନ ଜଙ୍ଗଲ ସୃଷ୍ଟି କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି। ୧୯୯୨ ମସିହାରୁ ନିରନ୍ତର ପ୍ରୟାସରୁ ସେମାନେ ଆଜି ୭ଶହ ଏକର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ନିଜର ପାରମ୍ପରିକ ପୋଡ଼ୁଚାଷ, ବଗଡ଼ଚାଷ ଛାଡ଼ି ଏହି ୭ଶହ ଏକର ପରିମିତ ଅଞ୍ଚଳକୁ କାହାକୁ ପଶିବାକୁ ଦେଇନାହାନ୍ତି। ନିଜସ୍ବ ଏକ ଜଙ୍ଗଲ କମିଟି ଗଢ଼ି ସମସ୍ତ ସଦସ୍ୟଗଣଙ୍କୁ ଏହାର ସୁରକ୍ଷା ଦାୟିତ୍ବ ଦେଇଛନ୍ତି। ଶାଳ ପିଆଶାଳରୁ ଆରମ୍ଭ କରି ଛୋଟବଡ଼ ଯାହା ପାଇଲେ ଲଗାଇଛନ୍ତି। ବିନା ସରକାରୀ ପୃଷ୍ଠପୋଷକତାରେ ମଧ୍ୟ ଗ୍ରାମବାସୀ ସଫଳ ହୋଇଛନ୍ତି ଛେଲାଗଡ଼ ପଞ୍ଚାୟତ ପୁରୁଣାଡିହ ଗ୍ରାମର ୪୦ ପରିବାର।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଖବର ଜିଲ୍ଲା ବନବିଭାଗ ପାଖରେ ପହଞ୍ଚିବା ପରେ ସେମାନେ ଆଜି ଉକ୍ତ ଅଞ୍ଚଳ ଯାଇ ନିଜ ଆଖିର ଦେଖିଥିଲେ। ତହସିଲଦାର ସ୍ମୃତିର˚ଜନ ଶତପଥୀ ଓ ବିଡ଼ିଓ ପ୍ରଦୀପ କୁମାର ନାୟକ ମଧ୍ୟ ସାଥିରେ ଥିଲେ। ସରପଞ୍ଚ ଛେଲାଗଡ଼ଙ୍କ ସମେତ ଡାବରାଗୁଡ଼ା ଅଞ୍ଚଳବାସୀ, ନୀଳମାଧବ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାସ, ମାନୁଏଲ୍ ପାଣି, କିରଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ଜମି ସୁରକ୍ଷା କମିଟି ସଭାପତି ଡେରସନା ରଇତ ଏନେଇ ସୂଚନା ଦେଇଥିବା ବେଳେ ଜଙ୍ଗଲର ସୁରକ୍ଷା କରୁଥିବା ୪୦ଘରର ଭୂୟସୀ ପ୍ରଶ˚ସା କରିଥିଲେ। ଡିଏଫ୍ଓ ନିଜେ ବୁଲି ଏସବୁ ଦେଖିବା ପରେ ଏହାର ସୁରକ୍ଷା ପାଇଁ ଜିଲ୍ଲା ବନବିଭାଗ ପକ୍ଷରୁ ୨୦ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ଦକ୍ଷିଣ ଓଡ଼ିଶାର ଏହା ଏକ ବୃହତ୍ ଉଦାହରଣ ବୋଲି ମଧ୍ୟ ମତ ଦେଇଥିଲେ।