କନକ ବ୍ୟୁରୋ : ଜଗତସିଂହପୁରରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି । ଜଗତସିଂହପୁରର ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ତାଙ୍କର ଏରସମା ଥାନା ପୈତୃକ ଘର ସମେତ ତିନିଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ ଜାରି ରହିଛି । ୩ଟି ଟିମରେ ୨୫ ଜଣିଆ ଟିମ୍ ଏହି ଚଢ଼ାଉ କରୁଥିବାର ସୂଚନା ରହିଛି ।
ମକୁନ୍ଦପୁରରେ ନିଜ ଘର, ଏରସମା ପଂଚପଲ୍ଲୀ ନିକଟ ଗଡ଼ ବିଶୁନୁପୁର ପଂଚାୟତର ଆନନ୍ଦପୁର ଗାଁ ପୈତୃକ ଘର ଓ ଭୁବନେଶ୍ୱର ହଂସପାଳ ଆପର୍ଟମେଣ୍ଟ ରେ ଏକକାଳୀନ ଚଢ଼ାଉ କରାଯାଇଛି । ୧୦ ରୁ ଅଧିକ ବ୍ୟାଙ୍କ ପାସ ବୁକ, ସୁନା ଗହଣା ମିଳିଥିବା ସୂଚନା ମିଳିଛି । ଲକର ଖୋଲା ଗଲେ ଅଧିକ ଟଙ୍କା ଓ ସୁନା ମିଳିପାରେ ବୋଲି କୁହାଯାଉଛି । ତିନୋଟି କୋଠାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/11-29.jpg)