କନକ ବ୍ୟୁରୋ : ସରିଲା କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କ ଘରେ ରେଡ୍ । ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ଏହା ସହ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଫ୍ରିଜ୍ କରାଯାଇଛି । ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଯଙ୍କା ରହିଛି । ୩୩ ବର୍ଷର ଚାକିରି ସମୟରେ ପ୍ରତାପ ୨୫ଟି ଜମି, କୋଠା ଓ ଫ୍ଲାଟର ମାଲିକ ହୋଇଛନ୍ତି । ଗତକାଲି ପ୍ରତାପଙ୍କ ଘରେ ଚଢଉ କରିଥିଲା ଭିଜିଲାନ୍ସ ।
ଯେତେବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ, ଠାବ ହୋଇଥିବା ସମ୍ପତ୍ତିକୁ ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ସରକାରୀ ବାବୁଙ୍କ ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ ବାସୁଦେବପୁରରେ ପ୍ଲଟ ଓ କୋଠା ରହିଛି । ପ୍ରତାପ ସାମଲଙ୍କ ସମ୍ପତ୍ତି ଅଧିକ ଆକଳନ ଟେକ୍ନିକାଲ ଟିମ୍ କରିବ । ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ ମହଲା ଘର ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି । ୨୦ ହଜାର ୩୫୦ ସ୍କୋୟାରଫୁଟରେ ଏହି ୫ ମହଲା କୋଠା ତିଆରି ହୋଇଛି । ଭିଜିଲାନ୍ସ ଚଢାଉ ବେଳେ ଘରୁ ୩୮ ଲକ୍ଷ ଟଂକା ନଗଦ ଟଙ୍କା ଜବତ ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାର ନଗଦ ଭର୍ତ୍ତି ବ୍ୟାଗକୁ ଫିଙ୍ଗି ଦେଇଥିଲେ ଏହି ଅଧିକାରୀ ।
ବର୍ତ୍ତମାନ ସୁଦ୍ଧା ପ୍ରତାପ ସାମଲଙ୍କ ଘରୁ କ’ଣ ମିଳିଛି ?
- ପ୍ରତାପ ସାମଲଙ୍କ ୨୫ଟି ସମ୍ପତ୍ତି ଠାବ
- ମୋଟ୍ ସମ୍ପତ୍ତିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨
- ସମ୍ପତ୍ତିର ପ୍ରକୃତ ମୂଲ୍ୟ ଆହରି ଅଧିକ ହେବା ଆକଳନ
- ଭୁବନେଶ୍ୱର ଗୋଠପାଟଣାରେ ୫ ମହଲା କୋଠା
- ୨୦ ହଜାର ୩୫୦ ସ୍କୋୟାରଫୁଟରେ ୫ ମହଲା କୋଠା
- ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା
- ପ୍ରତାପ ଓ ପରିବାର ନାଁରେ ବ୍ୟାଙ୍କରେ ରହିଛି ଦେଢ କୋଟିରୁ ଅଧିକ ଟଙ୍କା
- ୫୭ ଲକ୍ଷ ୭୨ ୧୫୦ ଟଙ୍କା ବିମା ପ୍ରିମିୟମ୍ ଜମା ହୋଇଛି