କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ । ନଗଦ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ନେଇ ବୁଲେଟରେ ଘରକୁ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ । ନଗଦ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ କିଶୋର ଚନ୍ଦ୍ର । ଏହା ପରେ ଭିଜିଲାନ୍ସ ନଗଦ ଟଙ୍କା ଜବତ କରିଥିଲା ।
ସେହିପରି ରାୟଗଡ଼ାଠାରୁ ଗୋଟିଏ କିଲୋମିଟର ଦୂର ମଙ୍ଗଳା ମନ୍ଦିର ନିକଟରେ ଥିବା ତାଙ୍କ ଭଡ଼ା ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ଭଡ଼ା ଘରୁ ୬ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି । ମୋଟ୍ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ଚଢାଉ ଜାରି ରହିଛି । ଏବେ କିଶୋରଙ୍କ ଭଡ଼ା ଘର ସହ ଭୁବନେଶ୍ୱର ପାତ୍ରପଡାରେ ଥିବା ଘର ଏବଂ ନବରଙ୍ଗପୁରେ ଥିବା ପୈତୃକ ଘରେ ଭିଜିଲାନ୍ସ ରେଡ୍ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/15-7.jpg)