କନକ ବ୍ୟୁରୋ : କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ । ରେଡ୍ ବେଳେ ୨୬ଟି ପ୍ଲଟ୍, ୬୪ ଲକ୍ଷ ୧୮ ହଜାର ଟଙ୍କାର ବ୍ୟାଙ୍କ ଜମା, ୮୩୨ ଗ୍ରାମର ସୁନା ଅଳଙ୍କାର, ୩ ଲକ୍ଷ ୩୩ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବା ନେଇ ସୂଚନା ମିଳିଛି । । ଗତକାଲି ପ୍ରସନ୍ନ ପାଣିଙ୍କ ଅନୁୁଗୁଳ ସ୍ଥିତ ବାସଭବନ, ଭୁବନେଶ୍ୱର ଓ ଖୋର୍ଦ୍ଧା ସମେତ ମୋଟ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

Advertisment

୬ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ଏଥିରେ ସାମିଲ ହୋଇଥିଲେ । ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ଦୁଇଟି ତିନି ମହଲା କୋଠା, ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ଏହାଛଡା ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ, ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି । ଅନ୍ୟପଟେ ଅନୁଗୁଳ ଜିଲ୍ଲା ପାଲଲହଡା କେନାଲ ରୋଡର ଭଡା ଘର, ସୁନ୍ଦରପଦାରେ ଥିବା ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା ।