ଆଜିଠୁ ଓଡିଶା-ତ୍ରିପୁରା ରଣଜୀ ମୁକାବିଲା ! ପ୍ରଥମେ ବୋଲିଂ କରିବ ଓଡ଼ିଶା ।

ଆଜିଠୁ ଓଡିଶା-ତ୍ରିପୁରା ରଣଜୀ ମୁକାବିଲା ! ପ୍ରଥମେ ବୋଲିଂ କରିବ ଓଡ଼ିଶା ।

image courtesy - sportslogon.com

ଆଜି ଠାରୁ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ରଣଜୀ ଟ୍ରଫିର ଚତୁର୍ଥ ପର୍ଯ୍ୟାୟ ମୁକାବିଲା ଟାଙ୍ଗୀ ଡ୍ରିମ୍ସ ପଡ଼ିଆରେ ଆରମ୍ଭ ହେବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଡ୍ରିମ୍ସରେ ଘାସୁଆ ପିଚ୍ ତିଆରି କରାଯାଇଥିବାରୁ ମ୍ୟାଚରେ ବୋଲରଙ୍କ ପ୍ରଭାବ ବିଶେଷ ଭାବରେ ରହିବ ବୋଲି କୁହାଯାଉଛି। ତେବେ ମ୍ୟାଚରେ ଓଡିଶା ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ତ୍ରିପୁରା ଯଦିଓ ଲଗାତର ପରାଜୟ ଯୋଗୁଁ ଚାପରେ ରହିଛି, ତଥାପି ଡ୍ରିମ୍ସ ପିଚ୍ ଦେଖିବା ପରେ ବୋଲରମାନଙ୍କୁ ଏହା ନିଶ୍ଚିତ ଭାବେ ସନ୍ତୁଷ୍ଟି ଦେବ। ଦ୍ରୁତ ବୋଲର ମଣିଶଙ୍କର ମୁରାସି˚ହ, ଅଭିଜିତ ସରକାରଙ୍କ ସହିତ ବାମହାତୀ ସ୍ପିନର ହରମିତ ସି˚ହ ବର୍ତ୍ତମାନ ଭଲ ପ୍ରଦର୍ଶନ ଦେଇଆସୁଛନ୍ତି। ତେଣୁ ଏମାନଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ଏମାନଙ୍କ ବ୍ୟତୀତ ରାଣା ଦତ୍ତ, ନବାଗତ ସ୍ପିନର ଶୁଭମ୍ ଘୋଷ ମଧ୍ୟ ଆରମ୍ଭରୁ କିଛିଟି ସଫଳତା ପାଇଛନ୍ତି। ହେଲେ ଦଳର ବ୍ୟାଟି˚କ୍ରମ ଚିନ୍ତାଜନକ ରହିଛି। ଅଧିନାୟକ ବିଶାଲ ଘୋଷ ସର୍ଭିସେସ୍ ବିପକ୍ଷରେ ଦ୍ବିଶତକ (୨୦୧) ଅର୍ଜନ କରିଥିଲେ ବି ଅନ୍ୟମାନେ ପ୍ରଭାବି ହୋଇପାରିନାହାନ୍ତି। ତେଣୁ ଓଡ଼ିଶା ବୋଲରମାନେ ତ୍ରିପୁରା ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାରେ ସକ୍ଷମ ହେବା ଯଥେଷ୍ଟ ସମ୍ଭାବନ ରହିଛି।

ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ର˚ଜିତ ସି˚ହ, ରାଜେଶ ଧୂପର, ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ, ଶୁଭ୍ରା˚ଶୁ ଶେଖର ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା, ଧୀରାଜ ସି˚ହ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ, ପପୁ ରାଏ।

ତ୍ରିପୁରା ଦଳ: ବିଶାଲ ଘୋଷ (ଅଧିନାୟକ), ରାଣା ଦତ୍ତ, ଉଦିୟାନ ବୋଷ, ସ୍ମିତ୍ ପଟେଲ, ବ୍ରାଭିସ୍ ସେଠୀ, ନିନାଦ କଦମ, ରାଜେଶ ବଣିକ, ମଣିଶଙ୍କର ମୁରାସି˚ହ, ଅଭିଜିତ ସରକାର, ଅଜୟ ସରକାର, ହରମୀତ ସି˚ହ, ନିରୁପମ ସେନ୍, ଶୁଭମ୍ ଘୋଷ, ପ୍ରତ୍ୟୁଷ ସି˚ହ, ଅଭିଜିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe