ସିନେମା ହଲ ନଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ । ସିନେ କଳାକାର ଓ ନିର୍ମାତା କହିଲେ, ସାରା ଦେଶରେ ଖୋଲିବ, କାହିଁକି ଓଡିଶାରେ ରହିବ ବନ୍ଦ?

2,265
କନକ ବ୍ୟୁରୋ: ସାରା ଦେଶରେ ଅନଲକ୍ ୫-୦ ଆରମ୍ଭ ହୋଇଛି । ସାରା ଭାରତରେ ସିନେମା ହଲ ଖୋଲା ରହିଥିବା ବେଳେ ଓଡିଶାରେ ବନ୍ଦ ରହିଛି । ରାଜ୍ୟରେ ହଲ  ନଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି ସିନେ କଳାକାର ଓ ଫିଲ୍ମି ନିର୍ମାତା । ସାରା ଦେଶରେ ଖୋଲୁଥିବା ବେଳେ କାହିଁକି ଓଡିଶାରେ ବନ୍ଦ ରହିବ ବୋଲି ପ୍ରଶ୍ନ କରିଛନ୍ତି  । ସିନେମା ହଲ ଦୀର୍ଘ ଦିନ ଧରି ବନ୍ଦ ପଡିବା ଯୋଗୁଁ ଆର୍ଥିକ ଅନଟନ ଦେଖା ଦେଇଛି  ।
ସିନେମା ହଲ୍ ଖୋଲିବା ସପକ୍ଷରେ ମତ ରଖିଛନ୍ତି ଅଭିନେତା ଶ୍ରୀତମ ଦାସ । କମ୍ ଲୋକର ବିବାହ ଭୋଜି ବ୍ୟବସାୟ ପ୍ରତିଷ୍ଠାନ ଚାଲିବାକୁ ଅନୁମତି ମିଳିଛି, ତେବେ ସିନେମା ହଲରେ ମଧ୍ୟ ସେ ନିୟମ କାହିଁକି ଲାଗୁ କରାଯିବ ନାହିଁ । ଆଗକୁ ପୂଜା ଆସୁଛି, ତେଣୁ କମ୍ ଦର୍ଶକରେ ହଲ୍ ଖୋଲିବାକୁ ଅନୁମତି ମିଳିଳେ, ଅନେକ କର୍ମଚାରୀଙ୍କ ପେଟ ପାଟଣା ସମସ୍ୟାରେ ସାମାନ୍ୟ ଆଶ୍ୱସ୍ତି ମିଳିପାରନ୍ତା ବୋଲି କହିଛନ୍ତିି ଓଡିଆ ସିନେ କଳାକାର ଶ୍ରୀତମ ଦାସ ।