ଆସିଲା ଓଡ଼ିଶାର ଅନଲକ୍ ୫.୦: ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ସିନେମା ହଲ୍ ।

469

କନକ ବ୍ୟୁରୋ: ଆସିଲା ଓଡ଼ିଶାର ଅନଲକ୍ ୫.୦ । ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ୍, ସୁଇମିଂ ପୁଲ, ମନ୍ଦିର ଓ ସମସ୍ତ ଧର୍ମାନୁଷ୍ଠାନ । ତେବେ କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ୍ ବୋଲି ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । 

ରାଜ୍ୟ ସରକାର ପୂର୍ବପରି ସନେମା ହଲ୍, ଥିଏଟର, ଅଡିଟୋରିୟମ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନ ସବୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଧର୍ମାନୁଷ୍ଠାନ ଗୁଡ଼ିକକୁ ଭକ୍ତଙ୍କ ପାଇଁ ଆସନ୍ତା ୩୧ ତାରିଖ ଯାଏଁ ବାରଣ କରାଯାଇଛି ।

ତେବେ ବାହାଘରରେ ପୂର୍ବପରି ସର୍ବାଧିକ ୫୦ ଜଣ ଅନ୍ତେଷ୍ଟିକ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ । କିନ୍ତୁ ଓପନ୍ ଥିଏଟରର୍ସରେ କୋଭିଡ୍ ନିୟମ ପାଳନ କରି ପୂରା କଟକଣା ସହ ବସିପାରିବେ ଦର୍ଶକ । ଅକ୍ଟୋବର ୧୫ରୁ ସୁଇମିଂ ପୁଲ୍ ଖୋଲିବ କିନ୍ତୁ କେନ୍ଦ୍ରର ଗାଇଡାଲନ୍ ମୁତାବକ ବୋଲି ରାଜ୍ୟ ସରକାର କହିଛନ୍ତି ।