୩ ଦିନ ପାଇଁ ବନ୍ଦ ରହିବ ଗୁଣପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ : ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

109

କନକ ବ୍ୟୁରୋ : ଗୁଣପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ  କ୍ୟାମ୍ପସରୁ ୬ ପଜିଟିଭ ଚିହ୍ନଟ ପରେ ୩ ଦିନ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା । ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବନ୍ଦ ରହିବ । ସମ୍ପୂର୍ଣ୍ଣ କ୍ୟାମ୍ପସକୁ ସାନିଟାଇଜ କରାଯିବା ପରେ ପୁଣି ଥରେ ବିଶ୍ୱ ବିଦ୍ୟାଳୟ ଖୋଲିବା ଦିଗରେ ପ୍ରଶାସନ ନିଷ୍ପତ୍ତି ନେବ । ଗତକାଲି ଗୁଣପୁର ସହରରୁ ୧୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ଆକ୍ରାନ୍ତ ଜିଆଇଇଟି କ୍ୟାମ୍ପସର। ହଷ୍ଟେଲର କିଛି କ୍ୟାମ୍ପସକୁ ବନ୍ଦ କରାଯିବା ସହ ଅନ୍ତେବାସୀଙ୍କୁ ଘରକୁ ଯିବାକୁ କୁହାଯାଇଛି ।