ବାଗଚୀଙ୍କ କରୋନା ବିଜୟୀ ଟିପ୍ସ: ଲକ୍ ଡାଉନରେ ଘରେ କେମିତି କାଟିବେ ସମୟ?

835

କନକ ବ୍ୟୁରୋ: କରୋନା ମୁକାବିଲା କରିବାକୁ ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ବିଶ୍ୱ ଏବେ ଲକ ଡାଉନରେ ରହିଛି । ଆଉ ମାସ ମାସ ଧରି ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ ଘର ବାହାରକୁ ଗୋଡ଼ ମଧ୍ୟ କାଢ଼ି ପାରୁ ନାହାନ୍ତି । ତେବେ ଭାରତ ମଧ୍ୟ କରୋନା ମୁକାବିଲା କରିବାକୁ ୨୧ ଦିନିଆ ତାଲାବନ୍ଦ ଗତ ୨୪ ତାରିଖ ମଧ୍ୟରାତ୍ରିରୁ ଜାରି ରହିଛି । ଆଉ ଓଡ଼ିଶାରେ ମଧ୍ୟ କରୋନାକୁ ହରାଇବା ପାଇଁ ଲୋକେ ସଚେତନ ହେଉଛନ୍ତି । ହେଲେ ଲକଡାଉନ୍ ସମୟରେ ଘରେ ରହିବା ସମୟରେ କ’ଣ କରିବେ କ’ଣ ନକରିବେ ସେନେଇ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

୧. ଏହି ଲମ୍ବା ଦୌଡ଼ରେ କୋଭିଡ୍-୧୯କୁ ପରାସ୍ତ କରିବାକୁ ହେଲେ କିଛି ମନକୁ ଶାନ୍ତ ରଖିବାକୁ ପଡ଼ିବ କାରଣ ମନକୁ ବିଚଳିତ ନକରି ଶାନ୍ତ ରହିଲେ କରୋନା ଉପରେ ବିଜୟୀ ହୋଇପାରିବା ।
୨. ନିଜକୁ ଏବଂ ନିଜ ପ୍ରିୟଜନଙ୍କୁ ଦେଖି ସାନ୍ତ୍ୱନା ନିଅନ୍ତୁ । ଯେ, ଯିଏ ଯେଉଁଠି ଅଛନ୍ତି ଭଲରେ ଅଛନ୍ତି ଏବଂ ଥାଆନ୍ତୁ ।
୩.ତାଲାବନ୍ଦ ସମୟରେ ଯେହେତୁ ଆପଣ ଘରେ ଅଛନ୍ତି ତେଣୁ ଶାରୀରିକ ପରିଶ୍ରମ କରନ୍ତୁ । କାରଣ ଶାରୀରିକ ପରିଶ୍ରମ ନକଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।
୪. ପରିବାର ସହ ସମୟ କାଟନ୍ତୁ ଏକାଠି ହୋଇ ଖିଆପିଆ କରନ୍ତୁ ।
୫. ଅଳ୍ପ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ । କାରଣ ଏହା ଅଧିକ ଖାଇବାର ସମୟ ନୁହେଁ, ନିଜେ ଖାଆନ୍ତୁ ସଙ୍କଟ ସମୟରେ ସସସ୍ତଙ୍କୁ ଖାଇବା ପାଇଁ ଦିଅନ୍ତୁ ।
୬. ମାଆ, ଭଉଣୀ, ସ୍ତ୍ରୀ ଏବଂ ଭାଉଜଙ୍କ କାମକୁ ସହଜ କରିବା ।
୭. ବୟସ୍କ, ଭିନ୍ନକ୍ଷମଙ୍କୁ ଅଧିକ ଆଦର ଏବଂ ଯତ୍ନ ନିଜଆଡୁ ଦେବା ।
୮. ଛୋଟ ପିଲାଙ୍କ ମନକଥା ବୁଝିବା କାରଣ ସେମାନେ ମଧ୍ୟ ପରିବାରର ମୁଖ୍ୟ ସଦସ୍ୟ ଭଳି ତେଣୁ ତାଙ୍କୁ ଛୁଆ ବୋଲି ଅଣଦେଖା କରନ୍ତୁ ନାହିଁ ।
୯. ଶେଷରେ ଶାରୀରିକ ଦୂରତ୍ୱ ରଖିବା କିନ୍ତୁ ମାନସିକ ମିଳନ ବଜାୟ ରଖିବା ।