ଡ୍ୟାମରେ ସେଲ୍‌ଫି ନେବା ହେଲା କାଳ : କାଂଶବାହାଲ ଡ୍ୟାମରେ ବୁଡି ୨ ଯୁବକଙ୍କ ମୃତ୍ୟୁ

148

କନକ ବ୍ୟୁରୋ : ପୁଣି ସେଲ୍‌ଫି ନେଲା ଜୀବନ । ଅସାବଧାନତା ହେତୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାଜଗାଙ୍ଗପୁର କଂଶବାହାଲ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଉରକେଲାରୁ ୫ ଜଣ ସାଙ୍ଗ କାଂଶବାହାଲ ଡ୍ୟାମ ବୁଲିବାକୁ ଆସିଥିଲେ । ଡ୍ୟାମ ଦେଖିବା ସହ ସେଲ୍‌ଫି ନେଉଥିଲେ ।

ତେବେ ସେଲ୍‌ଫି ନେବା ସମୟରେ ଅସାବଧାନତା ହେତୁ ଦୁଇ ଜଣ ପାଣି ଭିତରକୁ ଖସି ପଡିଥିଲେ । ସେମାନେ ହେଲେ ରାଉରକେଲା ଉଦିତନଗର ବାସିନ୍ଦା ପ୍ରମୋଦ ପରିଡ଼ା ଓ ଡିଏଭି ନିକଟରେ ରହୁଥିବା ସୁମନ୍ତ ଦେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଖୋଜାଖୋଜି କରିଥିଲେ। ପାଣି ଭିତରୁ ଉଦ୍ଧାର କରି ରାଉରକେଲା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏବଂ ଅନ୍ୟ ଜଣେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ।