କନକ ବ୍ୟୁରୋ : ପୁଣି ସେଲ୍ଫି ନେଲା ଜୀବନ । ଅସାବଧାନତା ହେତୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାଜଗାଙ୍ଗପୁର କଂଶବାହାଲ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଉରକେଲାରୁ ୫ ଜଣ ସାଙ୍ଗ କାଂଶବାହାଲ ଡ୍ୟାମ ବୁଲିବାକୁ ଆସିଥିଲେ । ଡ୍ୟାମ ଦେଖିବା ସହ ସେଲ୍ଫି ନେଉଥିଲେ ।
ତେବେ ସେଲ୍ଫି ନେବା ସମୟରେ ଅସାବଧାନତା ହେତୁ ଦୁଇ ଜଣ ପାଣି ଭିତରକୁ ଖସି ପଡିଥିଲେ । ସେମାନେ ହେଲେ ରାଉରକେଲା ଉଦିତନଗର ବାସିନ୍ଦା ପ୍ରମୋଦ ପରିଡ଼ା ଓ ଡିଏଭି ନିକଟରେ ରହୁଥିବା ସୁମନ୍ତ ଦେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଖୋଜାଖୋଜି କରିଥିଲେ। ପାଣି ଭିତରୁ ଉଦ୍ଧାର କରି ରାଉରକେଲା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏବଂ ଅନ୍ୟ ଜଣେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/drowning-647-091816122313-0-0-0-1560757731.jpeg)