କନକ ବ୍ୟୁରୋ : ବଲାଙ୍ଗୀର ଟାଉନ ଥାନାରେ ବିଜେପି ନେତାଙ୍କ କଳି । ରାଜ୍ୟ ବିଜେପି ସଭାପତି କିନ୍ତୁ ଦଳୀୟ ନେତାଙ୍କ କଳିକୁ ଏଡାଇ ଦେଉଛନ୍ତି । ଗତକାଲି ମନମୋହନ ସାମଲଙ୍କ ନେତୃତ୍ୱରେ ବଲାଙ୍ଗୀରର ବିଜାଖମନଠାରେ ଏକ ରାଲି ହୋଇଥିଲା । ଆରଟିଓ ଛକ ପାଖରେ ମନମୋହନ ସାମଲଙ୍କୁ ସ୍ୱାଗତ କରିବା ସମୟରେ ୨୦୧୯ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଅନନ୍ତ ଦାଶ ଓ ସ୍ଥାନୀୟ ନେତା ଗୋପାଳଜୀ ପାଣିଗ୍ରାହୀ ହତାହାତି ହୋଇଥିଲେ । ରାଜ୍ୟ ବିଜେପି ସଭାପତିଙ୍କୁ ଫୁଲମାଳ ଦେବା ସମୟରେ ଦୁଇଜଣ ମୁହାଁମୁହିଁ ହେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ହେଲେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଏଭଳି କୌଣସି ଘଟଣା ଘଟିଥିବା ତାଙ୍କ ନଜରକୁ ଆସିନାହିଁ । ହେଲେ ଏବେ ଟାଉନ ଥାନାରେ ଗୋପାଲଜୀ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିବା ପରେ ଦଳୀୟ କନ୍ଦଳ ସାମ୍ନାକୁ ଆସିଛି ।