ଏଥର ଅମାନିଆଙ୍କୁ ନିସ୍ତାର ନାହିଁ : ଆଉ ଚଳିବନି ଆଇକାର୍ଡ; ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ ଅଥୋରାଇଜେସନ ଲେଟର ବାଧ୍ୟତାମୂଳକ କଲା କମିଶନରେଟ ପୋଲିସ

ଅନୁମତି ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ

591

କନକ ବ୍ୟୁରୋ : ଅମାନିଆଙ୍କ ଉପରେ କଠୋର ହେଲା ପୋଲିସ । ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ହେଲେ ଏହାର ଅନୁଚିତ ଫାଇଦା ଉଠାଇ କିଛି ଲୋକ ଅନାବଶ୍ୟକ ଭାବେ ବୁଲାବୁଲି କରୁଥିବା ଅଭିଯୋଗ ହେବା ପରେ ଅଧିକ ସତର୍କ ହୋଇଛି ପୋଲିସ ।

ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପରିଚୟପତ୍ର ସହ ଅଥୋରାଇଜେସନ ଲେଟର ଅର୍ଥାତ ଅନୁମତି ପତ୍ରକୁ ବାଧ୍ୟତାମୂଳକ କରିଛି ପୋଲିସ । ଅର୍ଥାତ ନିର୍ଦ୍ଦିଷ୍ଟ କର୍ମଚାରୀ କେଉଁ ସମୟରେ ଡ୍ୟୁଟିକୁ ଯିବ ତାର ସବିଶେଷ ସୂଚନା ପୋଲିସକୁ ଦେବେ କମ୍ପାନି । ଏଥିସହ ଏକ ଅନୁମତି ପତ୍ର ଜାରି କରିବେ । ଯାହାକୁ ସଂପୃକ୍ତ କର୍ମଚାରୀ ସାଙ୍ଗରେ ଧରି କାମରେ ଯୋଗ ଦେବାକୁ ଆସିବେ । ତେଣୁ ଏହି ଅନୁମତି ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି କମିଶନରେଟ ପୋଲିସ ।