କନକ ବ୍ୟୁରୋ: ସମ୍ବଲପୁରରେ କଟିଲା ଦେଶର ସବୁଠୁ ବଡ ଜରିମାନା । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସମ୍ବଲପୁରରେ ଆଦାୟ ହେଲା ଦେଶର ସବୁଠୁ ବଡ ଫାଇନ୍ । ଆଇନ ଉଲ୍ଲଂଘନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନଥିବାରୁ ନାଗାଲାଣ୍ଡ ଟ୍ରକକୁ ୬ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ଆରଟିଓ ।
/kanak/media/post_attachments/wp-content/uploads/2018/12/fine-300x185.jpg)
ଆଇନ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦୦୦ ଟଙ୍କା, ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରୁଥିବାରୁ ୫ହଜାର, ପରମିଟ୍ ନଥିବାରୁ ୫ହଜାର, ବୀମା ସାର୍ଟିଫିକେଟ ନଥିବାରୁ ୧ହଜାର ଟଙ୍କା , ୨୧-୭- ୨୦୧୪ରୁ ୩୦-୯-୨୦୧୯ ପର୍ଯ୍ୟନ୍ତ ଓମଭିଟି -୩ ଟିକସ ବାବଦକୁ ୬ଲକ୍ଷ ୪୦ ହଜାର ୫୦୦ ଟଙ୍କା ଚାଲାଣ କାଟିଛି ସମ୍ବଲପୁର ଆରଟିଓ । ତେବେ ସମ୍ବଲପୁର ରେମେଡରେ ଚେକିଂ ଚାଲିଥିବାବେଳେ ଏହି ଜରିମାନା କରାଯାଇଛି । ଏହି ଟ୍ରକଟି ନାଗାଲାଣ୍ଡର ଶୈଳେଶ ଶଙ୍କର ଲାଲ ଗୁପ୍ତାଙ୍କ ନାଁରେ ଥିବା ଜଣାପଡିଛି ।