କନକ ବ୍ୟୁରୋ : ବାହାନଗା ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହର ଅନ୍ତିମ ସତ୍କାର କରାଯିବ । ତେବେ କେତେ ଶବ ସତ୍କାର କରାଯିବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ଏମ୍ସ ପାଖରେ ଏବେ ୨୮ଟି ଚିହ୍ନଟ ହୋଇନଥିବା ମୃତଦେହ ରହିଛି । ଅର୍ଥାତ୍ ୨୮ଟି ମୃତଦେହର କେହି ଦାବିଦାର ନାହାନ୍ତି । ସେ ସବୁର ସତ୍କାର ପାଇଁ ଏବେ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର କାର୍ଯ୍ୟବାହୀ ନିର୍ଦ୍ଦେଶକ । ଏଥିରେ ସିବିଆଇ, ବିଏମସି, ଏମ୍ସ ଓ ରାଜ୍ୟ ସରକାର ସାମିଲ ଅଛନ୍ତି ।

Advertisment

ପ୍ରାୟ ୪ମାସ ହେଲା ମୃତଦେହକୁ ଫ୍ରିଜରେ ରଖାଯାଇଛି, ଅଧିକ ଦିନ ମୃତଦେହକୁ ରଖାଯାଇ ପାରିବ ନାହିଁ । ତେଣୁ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏମ୍ସର କାର୍ଯ୍ୟବାହୀ ନିର୍ଦ୍ଦେଶକ କହିଛନ୍ତି । କେତେ ଶୀଘ୍ର ଶବ ସକ୍ରାର କରାଯାଇପାରିବ ତାହା ଦେଖାଯାଉଛି । ତେବେ ମୃତଦେହର ଅନ୍ତିମ ସଂସ୍କାର ପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇ ନାହିଁ । ବିଭିନ୍ନ ନିୟମ କିପରି ପାଳନ ହେବ ସେ ଦିଗରେ ବିଚାରବିମର୍ଶ ଚାଲିଛି । ଏହାରି ଭିତରେ କେହି ଯଦି ସଂପର୍କୀୟ ଆସିଲେ, ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।