ବାହାନଗା ରେଳ ଦୁର୍ଘଟଣା ପରେ ଏବେ ୪୮ ଟି ଟ୍ରେନ ଚଳାଚଳ ବାତିଲ । ଅନେକ ରୁଟ୍ ପାଇଁ ରାସ୍ତା ପରିବର୍ତ୍ତନ, ଜାରି ହେଲା ହେଲ୍ପଲାଇନ୍ ନମ୍ବର

3,254

କନକ ବ୍ୟୁରୋ : ଓଡିଶା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ଏବେ ରେଳ ବିଭାଗ ତରଫରୁ ୪୮ଟି ଟ୍ରେନର ଚଳାଚଳ ବାତିଲ କରାଯାଇଛି । ଦକ୍ଷିଣ-ପୂର୍ବ ରେଳ ବିଭାଗର ଖଡଗପୁର ଡିଭିଜନ ତରଫରୁ ହାୱଡା-ଚେନ୍ନାଇ ଲାଇନରେ ଦୁର୍ଘଟଣା କାରଣରୁ ୪୮ ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଏହାସହ ଅନେକ ଟ୍ରେନର ରୁଟ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଏହାପରେ ରେଳ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କ ସୂଚନା ପାଇବାକୁ ରେଳ ବିଭାଗ ତରଫରୁ ହେଲପଲାଇନ ନମ୍ବର ଜାରି କରାଯାଇଛି । ଏହି ନମ୍ବରକୁ ଫୋନ କରି ଲୋକମାନେ ଦୁର୍ଘଟଣା ଓ ସେମାନଙ୍କ ପରିଜନଙ୍କ ସଂପର୍କରେ ସୂଚନା ପାଇପାରିବେ ।
ଜାରି କରାଯାଇଥିବା ହେଲପଲାଇନ ନମ୍ବରଗୁଡିକ ହେଲା
ବିଜୟୱାଡା- ୦୮୬୬-୨୫୭୬୯୨୪
ରାଜମୁନ୍ଦିର-୦୮୮୩୨୪୨୦୫୪୧
ସମଲକୋଟ-୭୭୮୦୭୪୧୨୬୮
ନେଲ୍ଲୋର- ୦୮୬୧୨୩୪୨୦୨୮
ଓଁଗୋଲ-୭୮୧୫୯୦୯୪୮୯
ଗୁଡୁର-୦୮୬୨୪୨୫୦୭୯୫
ମୁଖ୍ୟାଳୟ ବାଣିଜ୍ୟକ ହେଲପଲାଇନ ନମ୍ବର- ୮୮୫୧୬ ଓ ବିଏସଏନଏଲ ନମ୍ବର- ୦୪୦-୨୭୭୮୮୫୧୬
ଏସଏଲଓ ହେଲପଲାଇନ ନମ୍ବର- ୭୩୮୨୬୨୯୯୦ (ବିଏସଏନଏଲ)
ଆରଜେୱାଇ ହେଲପଲାଇନ ନମ୍ବର- ୦୮୮୩-୨୪୨୦୫୪୧