କନକ ବ୍ୟୁରୋ: ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ଯିଏ ଦେଖିଛି , ଅଙ୍ଗେ ଲିଭାଇଛି ଜୀବନ ଥିବାଯାଏଁ ସେ ଭୟଙ୍କର ଦୃଶ୍ୟକୁ ଭୁଲିବା କଷ୍ଟ । ଦୁର୍ଘଟଣାରେ ୨୫୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଲେ ୧୧୦୦ରୁ ଅଧିକ ଆହତ ଓ ଗୁରୁତର ଆହତ ହେଲେ । ଯେଉଁମାନେ ଆହତ ହୋଇ ବଞ୍ଚିଗଲେ ସେମାନଙ୍କ ମଧ୍ୟରୁ ଅନେକ ଏବେ ଏକ ପ୍ରକାର ମାନସିକ ରୋଗୀ ପାଲଟିଛନ୍ତି ।

Advertisment

ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଯାତ୍ରୀଙ୍କ ମନସିକ ଅବସ୍ଥା ଠିକ ରହୁନଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ସେମାନେ କେତେବେଳେ ହସୁଛନ୍ତି, କେତେବେଳେ, କାନ୍ଦୁଛନ୍ତି, କେତେବେଳେ ସମ୍ପୂର୍ଣ୍ଣ ନୀରବ ହୋଇଯାଉଛନ୍ତି ତ ଆଉ କେତେବେଳେ ଚିକ୍ରାର କରୁଥିବା ଦେଖାଯାଉଛି । ଏ ଘଟଣା ଆଉ କେଉଁଠି ନୁହେଁ ବରଂ କଟକ ଏସସିବି ମେଡିକାଲରେ ଦେଖିବାକୁ ମିଳୁଛି ।

ଏସସିବିରେ ଏବେ ୧୦୫ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର ଦେଇ ଗତି କରୁଛନ୍ତି । ତେଣୁ ଏମାନଙ୍କର କଉନସେଲିଂ ଆରମ୍ଭ ହୋଇଛି । ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ଡାକ୍ତର ଓ ମନୋବିଜ୍ଞାନୀ ସେମାନଙ୍କର ଭୟକୁ ଦୂରେଇବକୁ ଚେଷ୍ଟା କରୁଛନ୍ତି । ଶନିବାର ଏସସିବି ଡାକ୍ତର ଏନେଇ ସୂଚନା ଦେଇଛନ୍ତି ।