କନକ ବ୍ୟୁରୋ : ଜଙ୍ଗଲରେ ନିଆଁ ଲାଗିବାରେ ଓଡିଶା ଏକ ନମ୍ବର । ଦେଶର ବିଭିନ୍ନ ପ୍ରାନ୍ତରେ ଥିବା କେଉଁ ଜଙ୍ଗଲରେ କେତେ ଥର ନିଆଁ ଲାଗିଛି ? ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ? ଏନେଇ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ । ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ନଭେମ୍ବର ୨୦୨୦ରୁ ଜୁନ୍ ୨୦୨୧ ମଧ୍ୟରେ ଓଡିଶାର ବିଭିନ୍ନ ଜଙ୍ଗଲରେ ୫୧ ହଜାର ୯୬୮ଥର ନିଆଁ ଲାଗିଛି ।
ମଧ୍ୟପ୍ରଦେଶ ଜଙ୍ଗଲରେ ୪୭ ହଜାର ୭୯୫ ଥର , ଛତିଶଗଡ ଜଙ୍ଗଲରେ ୩୮ ହଜାର ୧୦୬ ଥର ନିଆଁ ଲାଗିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ଏହି ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ଏଥିରେ ଜଙ୍ଗଲରେ ବଡ ଧରଣର ନିଆଁ ଲାଗିବା, ଲଗାତାର ଭାବେ ଜଙ୍ଗଲ ଜଳିବା ଓ ବାରମ୍ବାର ନିଆଁ ଲାଗିବାର ତଥ୍ୟ ରହିଛି । ତେବେ ଜଙ୍ଗଲ ନିଆଁଙ୍କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଆର୍ଥିକ ସହାୟତା ଦିଆଯିବା ସହ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/Bandipur-fire-in-jungle-1024x616.jpg)