କନକ ବ୍ୟୁରୋ :ରାଜ୍ୟରେ ପୁଣି ଉପରମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ୧୧ହଜାର ଟପିଛି । ଗତ ୨୪ଘଂଟାରେ ୧୧ହଜାର ୯୯ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦ୍ୱିତୀୟ ଲହରରେ ରେକର୍ଡ ୬୦ହଜାର ୫୧୦ ଟେଷ୍ଟିଂ କରାଯାଇଛି ।
ସଙ୍ଗରୋଧରୁ ୬ହଜାର ୨୧୪ ଓ ୪ହଜାର ୮୮୫ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୮ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୧୪ଶହ ୬୦ପଜିଟିଭ ମାମଲା ସାମ୍ନାକୁ ଆସିଛି । ସେହିପରି କଟକରୁ ୮୬୭, ସୁନ୍ଦରଗଡରୁ ୯୮୩, ଅନୁଗୁଳରୁ ୫୫୨ ଓ ମୟୁରଭଂଜରୁ ୫୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୩୭୫କୁ ବୃଦ୍ଧି ପାଇଛି ।
ଦେଶରେ ସଂକ୍ରମଣ ହାର ଟିକେ କମୁଥିବା ବେଳେ ରାଜ୍ୟରେ କିନ୍ତୁ ତଳକୁ ଖସୁନି କରୋନା ମିଟର । ଲକଡାଉନ୍ ହେଲେ କରୋନା ସଂକ୍ରମଣ କମିବ ବୋଲି ଯେଉଁ ଆଶା କରାଯାଉଥିଲା ତାହାର କୌଣସି ସୁଫଳ ଦେଖିବାକୁ ମିଳିନି । ସେପଟେ ପୁଣି ଲକଡାଉନ୍ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । କରୋନା ଚେନକୁ ଭାଙ୍ଗିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/5-9.jpg)