ଆଜିଠୁ ପଶ୍ଚିମା ଝଡର ପ୍ରଭାବ : ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର

Advertisment
ଆଜିଠୁ ପଶ୍ଚିମା ଝଡର ପ୍ରଭାବ : ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ : ଗତ ୨୪ଘଣ୍ଟାରେ ରାଜ୍ୟର ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । ତେବେ ଆଜି ପଶ୍ଚିମାଝଡର ପ୍ରଭାବରେ ରାଜ୍ୟ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ଆଜି ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁ. ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ୨୫ରୁ ୨୬ ତାରିଖ ମଧ୍ୟରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଧିକ । ଏହାସହ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଭାବ ଜାରି ରହିବ । ୨୫ତାରିଖ ପାଇଁ ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାଝଡ ଓ ଘଡଘଡି ସକାଶେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ରୁ ୨୭ତାରଇଖ ମଧ୍ୟରେ ବି ସୁନ୍ଦରଗଡ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ,ଜଗତସିହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଜି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହୁଛି ।

ତେବେ ୨୦୨୨ ଆରମ୍ଭରୁ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଛି । କିଛିଦିନର ବ୍ୟବଧାନରେ ପଶ୍ଚିମାଝଡ ପ୍ରଭାବରେ ତୁହାକୁ ତୁହା ଅଦିନିଆ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ୧ରୁ ଫେବ୍ରୁଆରୀ ୨୩ ମଧ୍ୟରେ ରାଜ୍ୟରେ ୫୩.୬ ମିଲିମିଟର ବର୍ଷା ହୋଇଛି । ଯାହାକି ଏହି ସମୟ ଅବଧିରେ ହୋଇଆସୁଥିବା ସ୍ୱାଭାବିକ ବର୍ଷା ତୁଳନାରେ ୧୦୨% ଅଧିକ । କେବଳ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ସମୟରେ ନିଅଣ୍ଟିଆ ବର୍ଷା ହୋଇଛି । ସେହିଭଳି ବୌଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ୍ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe