କନକ ବ୍ୟୁରୋ : ଓଡ଼ିଶା ଶିଖାଇବ ବିପର୍ଯ୍ୟୟ ପରିଚାଳନା ପାଠ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡ଼େଲ ପାଲଟିଛି । ଓଡ଼଼ିଶାର ମଡ଼େଲକୁ ଆପଣେଇଲେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହ ଜିରୋ କାଜୁଆଲିଟି ପାଇଁ ପ୍ରଶଂସା ସାଉଁଟିଥିବା ଓଡ଼ିଶା ୩ ଦିନ ଧରି ଅନ୍ୟ ରାଜ୍ୟକୁ ତାଲିମ ଦେବ ।

Advertisment

ବିପର୍ଯ୍ୟୟ ମୁକାବିଲାରେ ମାର୍ଗଦର୍ଶକ ବନିଲା ଓଡ଼ିଶା । ବାତ୍ୟା, ବନ୍ୟାର କେମିତି କରିବେ ମୁକାବିଲା ? ଅନ୍ୟ ରାଜ୍ୟକୁ ପାଠ ପଢାଇଲା ଓଡ଼ିଶା । ଫାଇଲିନ୍, ହୁଡହୁଡ. ତିତଲି, ବୁଲବୁଲ, ଅମ୍ଫାନ, ଫନୀ, ୟସ, ଗୁଲାବ । ଗତ ୯ ବର୍ଷରେ ଏଭଳି ୯ଟି ଛୋଟ, ବଡ ବାତ୍ୟାର ମୁକାବିଲା କରିଛି ଓଡ଼ିଶା । ଜିରୋ କାଜୁଆଲିଟି ମିଶନରେ କାର୍ଯ୍ୟ କରି ଓଡ଼ିଶା ଅନେକ ପ୍ରଶଂସା ସାଉଁଟିଛି ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଅନ୍ୟମାନଙ୍କ ପାଇଁ ରୋଲ ମଡେଲ ସାଜିଥିବା ଓଡ଼ିଶା ଦେଉଛି ଟ୍ରେନିଂ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଏହାର ମୁକାବିଲା କରିବେ ସେନେଇ ପ୍ରଶିକ୍ଷଣ ନେଇଛନ୍ତି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଏଥିପାଇଁ ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ରର ୨୨ରୁୁ ଅଧିକ ପ୍ରଶାସନିକ ଅଧିକାରୀ ନେଇଛନ୍ତି ପ୍ରଶିକ୍ଷଣ ।

ବନ୍ୟା, ବାତ୍ୟାର ପୂର୍ବ ପ୍ରସ୍ତୁତି ଏବଂ ପରେ ପୁନଃଉଦ୍ଧାର କାର୍ଯ୍ୟ କିପରି ହେବ ସେନେଇ ଭୁବନେଶ୍ୱରରେ ଥିବା ଗୋପବନ୍ଧୁ ଏକାଡେମୀରେ ତାଲିମ ନେଇଛନ୍ତି ପ୍ରଶାସନିକ ଅଧିକାରୀ । ନିଜର ଥିବା ଅଭିଜ୍ଞତାରୁ ଅଧିକାରୀମାନଙ୍କୁ ପାଠ ପଢାଇବ ସହ ଶାରିରୀକ ଶିକ୍ଷା ମଧ୍ୟ ଦିଆଯାଇଛି ।

ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କିପରି ଉଦ୍ଧାର କାର୍ଯ୍ୟ କରିବେ । କିପରି ବିପଦ ମୁହଁରୁ ଲୋକଙ୍କୁ ବଞ୍ଚାଇବେ । ଲୋକଙ୍କୁ ସୁରକ୍ଷିତ ଜାଗାକୁ କମ ସମୟ ମଧ୍ୟରେ କିପରି ନେବେ । ପରେ କିପରି ବିପନ୍ନ ଲୋକଙ୍କ ଥଇଥାନ କରାଯାଏ ।

ବାତ୍ୟା, ବନ୍ୟାର କିପରି କରିବେ ମୁକାବିଲା ? ବାତ୍ୟା କି ବନ୍ୟା ସମୟରେ ଖୁବ ସମୟ ମଧ୍ୟରେ କିପରି କରାଯାଏ ସ୍ଥାନାନ୍ତରଣ? ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀ କେମିତି କରନ୍ତି ଅପରେସନ ? ବାତ୍ୟା ପରେ କିପରି କରାଯାଏ ପୁନଃଉଦ୍ଧାର କାର୍ଯ୍ୟ ? ବିପଦଶଙ୍କୁଳ ଅବସ୍ଥାରେ ଲୋକଙ୍କୁ କେମିତି କରାଯାଏ ଉଦ୍ଧାର? ଏହି ସବୁ ଶିଖା ଯାଇଥିଲା ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ । ଆଗକୁ କୋଣାର୍କର ରାମଚଣ୍ଡି ଠାରେ ବିପର୍ଯ୍ୟୟ ମୁକାବିଲାର ପ୍ରତ୍ୟକ୍ଷ ଶିକ୍ଷା ଦିଆଯିବ । ଓସଡମା ପକ୍ଷରୁ ପାଣିରୁ ଉଦ୍ଧାର, ଯାନ୍ତ୍ରିକ ଡଙ୍ଗା ଦ୍ୱାରା ଲୋକଙ୍କୁ ସ୍ଥାନାନ୍ତର, ରାସ୍ତା ସଫା ପାଇଁ ଗଛ କଟା ଆଦି ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ।