ଓଡ଼ିଶାରେ ୧୫ ଦିନରେ ତିଆରି ହେବ ୯୫୦ ବେଡର ହସ୍ପିଟାଲ । ରାଜ୍ୟ ସରକାର କଲେ ଏମଓୟୁ, ଦେଶରେ କୋଭିଡ୍-୧୯ ମୁକାବିଲା ପାଇଁ ସବୁଠୁ ବଡ଼ ପଦକ୍ଷେପ
କନକ ବ୍ୟୁରୋ: କରୋନା ହାରିବ ମଣିଷ ଜିତିବ । ଓଡ଼ିଶାରେ କରୋନା ପରିସ୍ଥିତିର ମୁକାବିଲା ପାଇଁ ୧୫ ଦିନରେ ନିର୍ମାଣ ହେବ ୯୫୦ଟି ବେଡର ହସ୍ପିଟାଲ । ଦେଶର ଦୁଇଟି ୨ଟି ବଡ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପାଇଁ କିମ୍ସ ଓ ସମ୍ ହସ୍ପିଟାଲ ସହ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ଓଡିଶା ସରକାର । ପ୍ରଥମ ଥର ପାଇଁ ଘରୋଇ ହସ୍ପିଟାଲର ସହଯୋଗରେ କରୋନା ଚିକିତ୍ସା ପାଇଁ ୯୫୦ଟି ବେଡର ବଡ ବ୍ୟବସ୍ଥା ସୃଷ୍ଟି କରାଯିବ । ସବୁଠାରୁ ବଡ଼ କଥା ହେଲା କି ସୋଆର ଭିସି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ସମ୍ ହସ୍ପିଟାଲରେ ୪ଦିନ ଭିତରେ କରୋନା ଚିକିତ୍ସା ପାଇଁ ୫ଶହଟି ବେଡ୍ ପ୍ରସ୍ତୁତ କରାଯିବ । ଯେଉଁଥିରେ ୨୦ଟି ଆଇସିୟୁ ରହିବ ।
Kanak News is now on WhatsApp
Join and get latest news updates delivered to you via WhatsApp
#କିମ୍ସ_ଓ_ସମରେ_୯୫୦_କରୋନା_ବେଡ୍
କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲର ସହଯୋଗ ଲୋଡିଲେ ରାଜ୍ୟ ସରକାର । ରାଜ୍ୟରେ ଥିବା ସମ୍ ଓ କିମ୍ସ ସହ ଏମଓୟୁ ସ୍ୱାକ୍ଷରିତ । କିମ୍ସରେ କରୋନା ପାଇଁ ୪୫୦ ବେଡର ହେବ ବ୍ୟବସ୍ଥା। ବେଡ୍ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଲେ କିମ୍ସ ପ୍ରତିଷ୍ଠାତା #kanaknews#OdishaFightsCorona @CMO_Odisha pic.twitter.com/574Ton3gzc— Kanak News (@kanak_news) March 26, 2020
ଅନ୍ୟପଟେ କିମ୍ସ ମଧ୍ୟ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛି । କିମ୍ସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି କି, କିମ୍ସରେ କରୋନା ଚିକିତ୍ସା ପାଇଁ ୪୫୦ଟି ବେଡ୍ ପ୍ରସ୍ତୁତ କରାଯାଉଛି । ତେବେ ଆଗାମୀ ୧୫ ଦିନ ମଧ୍ୟରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଙ୍କ ସହାୟତାରେ ୯୫୦ଟି ବେଡ୍ ର ବ୍ୟବସ୍ଥା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏନେଇ ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ।
ସବୁଠାରୁ ବଡ଼ କଥା ହେଲା କି, ବର୍ତ୍ତମାନ ସ୍ଥିତିରେ ‘କରୋନା’ ବିଶ୍ୱମହାମାରୀ ଭାବେ ସମସ୍ୟା ବଢ଼ାଇଥିବାବେଳେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏହି ୯୫୦ଟି ଶଯ୍ୟା ହସ୍ପିଟାଲ ବ୍ୟବସ୍ଥା ଦ୍ୱାରା କରୋନା ସନ୍ଦିଗ୍ଧ ଏବଂ ଆକ୍ରାନ୍ତଙ୍କ ଚିକିତ୍ସା ନିଷ୍ଠାପରତା ସହ ତୁଲାଇପାରିବେ ଡାକ୍ତର । ତେଣୁ ତୁରନ୍ତ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।