ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଥାନା ଅଧିକାରୀଙ୍କ ସହ କଲେ ଚର୍ଚ୍ଚା; ଲୋକଙ୍କୁ ମିଳୁଥିବା ସେବା ବାବଦରେ ପଚାରିବୁଝିଲେ ନବୀନ

421

କନକ ବ୍ୟୁରୋ: ଲୋକସେବା ଭବନରୁ ଆଜି ବିଭିନ୍ନ ଥାନାକୁ ଫୋନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ କରିବା ସହ ଭିଡିଓ କନଫରେନ୍ସିଂରେ ଥାନା ଅଧିକାରୀମାନଙ୍କ ସହ ଚର୍ଚ୍ଚା କରୁଛନ୍ତି । ଏଥିପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଁଞ୍ଚିଛନ୍ତି । ୭୩ ତମ ସ୍ୱାଧୀନତା ଦିବସରେ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ‘ଫାଇଭ-ଟି’ କୁ ଭିତି କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତରଦାୟିତ୍ୱ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ ।

ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ । ଥାନା ଓ ହସପିଟାଲରେ ଲୋକ କିପରି ରେସପୋନ୍ସ ପାଉଛନ୍ତି ସେ ନେଇ ସିଧାସଳଖ ପଚାରିବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ହସପିଟାଲରେ ଲୋକେ କିଭଳି ସେବା ପାଉଛନ୍ତି, ସେ କଥା ପଚାରି ବୁଝିବେ । ଏହା ଦ୍ୱାରା ସରକାରୀ ସେବାରେ ଉନ୍ନତି ଆସିବ ଏବଂ ଲୋକଙ୍କ ସହ ପ୍ରଶାସନର ସଂପର୍କକୁ ମଜବୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।