କନକ ବ୍ୟୁରୋ: ଓଡ଼ିଶାକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଆଉ ଏହାର ପ୍ରକୃଷ୍ଠ ମାଧ୍ୟମ ହକି ବିଶ୍ୱକପକୁ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଆୟୋଜିତ ହେବାକୁଥିବା ବିଶ୍ୱସ୍ତରୀୟ ଇଭେଣ୍ଟ ପୁରୁଷ ହକି ବିଶ୍ୱକପରେ ଦେଖିବାକୁ ମିଳିବ ଓଡ଼ିଶାର କଳାକୃତିର ଝଲକ । ଅତିଥି ଓ ଖେଳାଳୀଙ୍କୁ ଦିଆଯିବ ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରୀ ଉପହାର । ଯେଉଁଥିରେ ରହିଛି ନବରଙ୍ଗପୁର ଜିଲ୍ଲାର ଲାଖ ହସ୍ତଶିଳ୍ପ। ରାଜ୍ୟ ସରକାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ତଥା ପ୍ରସାର ନିମନ୍ତେ ଏଭଳି ନିଷ୍ପତ୍ତି ନେଇଛନ୍ତି।

Advertisment

publive-imageସୂଚନା ମୁତାବକ ନବରଙ୍ଗପୁରର ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଲାଖ ସାମଗ୍ରୀକୁ ଏହି ମେଗା ଇଭେଣ୍ଟରେ ଉପହାର ସ୍ବରୂପ ପ୍ରଦାନ କରାଯିବ। ଭାଗ ନେଉଥିବା ୧୬ଟି ଦଳର ଖେଲାଳି ଏବଂ ଅତିଥିଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ସେହିପରି ଖେଳାଳି ଓ ଅତିଥିଙ୍କୁ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ବାରା ଇଜ୍ଜତ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲ୍ସ ଦେଇ ସ୍ବାଗତ କରାଯିବ। ଏହାବ୍ୟତୀତ ଡୋକ୍ରା, କଟକ ତାରକାସି ସାମଗ୍ରୀ ବି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

publive-imageତେବେ ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ତେଣୁ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ବିଶ୍ବସ୍ତରୀୟ ଖେଳରେ ବହୁ ସଂଖ୍ୟାରେ ବିଦେଶୀ ଖେଳାଳି ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ। ତେଣୁ ରାଜ୍ୟ ବାହାରେ ତଥା ବିଦେଶରେ ଓଡ଼ିଶାର ସମୃଦ୍ଧ ପରମ୍ପରା ଓ ହସ୍ତଶିଳ୍ପକୁ ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଏକ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର ହସ୍ତଶିଳ୍ପ ଏଭଳି ଏକ ବଡ଼ ଇଭେଣ୍ଟରେ ସ୍ଥାନ ପାଇବାକୁ ଯାଉଛି।