କନକ ବ୍ୟୁରୋ : କରୋନା ଟିକା ସଂକଟ ଭିତରେ ଖୁସି ଖବର । ଆଜି ଓଡିଶାରେ ପହଂଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା । ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଭୁବନେଶ୍ୱର ଜାତୀୟ ବିମାନବନ୍ଦରରେ ଏହି ଟିକା ପହଂଚିବ । ଏହି ଟିକା ୪୫ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଦିଆଯିବ ।
କହିରଖୁ କି କରୋନା ମହାମାରୀ ବିରୋଧ ଲଢେଇରେ ଟିକା ଏବେ ଅମୋଘ ଅସ୍ତ୍ର ପାଲଟିଛି । ଟିକା ମାଧ୍ୟମରେ କରୋନା ଉପରେ ବିଜୟଲାଭ କରିହେବ ଚିନ୍ତା କରି ସରକାର ଦେଶରେ ଟିକାକରଣକୁ ଦ୍ରୁତ କରିଛନ୍ତି । ଏହି କ୍ରମରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଆସନ୍ତା ୧ ତାରିଖ ଠାରୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ରାଜ୍ୟସରକାର ଏହି ପର୍ଯ୍ୟାୟରେ ରାଜ୍ୟର ୨ କୋଟି ଯୁବବର୍ଗଙ୍କୁ ଟିକାଦେବା ନେଇ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ୧୮ ବର୍ଷରୁ ଅଧିକ ବୟସ୍କ ଯେଉଁମାନେ ଟିକାନେବା ପାଇଁ ଚାହୁଁଛନ୍ତି ସେମାନେ ଆଜି (ଏପ୍ରିଲ ୨୮) ତାରିଖ ଅପରାହ୍ନ ୪ ଟାରୁ ପଞ୍ଜିକରଣ କରିପାରିବେ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/385864-covishield-covid.jpg)