ଆଜି ଛତିଶଗଡ ସହ କରୋନା ସ୍ଥିତି ନେଇ ଆଲୋଚନା କରିବ ଓଡିଶା : ପଡୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ ସୀମାନ୍ତ ଜିଲ୍ଲାରେ ବଢ଼ୁଛି ସମସ୍ୟା

ଚିନ୍ତା ବଢ଼ାଉଛି ନୂଆପଡା, ବରଗଡ ଓ ସୁନ୍ଦରଗଡ

86

କନକ ବ୍ୟୁରୋ : ଆଜି କରୋନା ସ୍ଥିତି ନେଇ ଛତିଶଗଡ ସହ ଆଲୋଚନା କରିବ ଓଡିଶା । ପଡୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ ଓଡିଶାର ସୀମାନ୍ତ ଜିଲ୍ଲାରେ ଚିନ୍ତା ବଢ଼ିବାରେ ଲାଗିଛି । ବିଶେଷକରି ନୂଆପଡା, ବରଗଡ ଓ ସୁନ୍ଦରଗଡ ଜିଲ୍ଲା ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । ଛତିଶଗଡ ସୀମାକୁ ଲାଗିଥିବା ଏହି ଜିଲ୍ଲା ଗୁଡିକରେ ଅଚାନକ କରୋନା ବୃଦ୍ଧି ପାଇଥିଲା । ତାପରେ ଏହାର ମୁକାବିଲା ପାଇଁ କେତେକ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ଆଜି ଛତିଶଗଡ ପ୍ରଶାସନ ସହ ଓଡିଶା ପ୍ରଶାସନ ଆଲୋଚନା କରିବେ ।

ସେପଟେ,ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏବେ ଠାରୁ ସତର୍କ ନହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ । ପରିସ୍ଥିତିର ମୁକାବିଲା ଲାଗି କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ କହିଛନ୍ତି । ଲଗାତାର ୨୦ ଦିନ ଧରି ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ିଚାଲିଛି ।