କରୋନା ପରୀକ୍ଷାରେ ଦେଶର ଦ୍ୱିତୀୟ ସ୍ଥାନରେ ଓଡିଶା: ୧୦ଲକ୍ଷ ନମୁନା ପରୀକ୍ଷା ବର୍ଗରେ ପ୍ରଥମ ସ୍ଥାନରେ ଗୋଆ; ଜାତୀୟ ହାରଠୁ ଓଡିଶାରେ ହୋଇଛି ଅଧିକ ନମୂନା ପରୀକ୍ଷା

ଟ୍ୱିଟ୍ କରି ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରାଳୟ

197

କନକ ବ୍ୟୁରୋ: ଦୈନିକ କରୋନା ପରୀକ୍ଷାରେ ଦେଶରେ ଓଡିଶା ଦ୍ୱିତୀୟ । ପ୍ରତି ୧୦ ଲକ୍ଷରେ ନମୂନା ପରୀକ୍ଷାରେ ଗୋଆ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଜାତୀୟ ହାରଠୁ ଓଡିଶାରେ ହୋଇଛି ଅଧିକ ନମୂନା ପରୀକ୍ଷା । ବଡ ବଡ଼ ରାଜ୍ୟ ତୁଳନାରେ ଓଡିଶାରେ ଆଗରେ ରହିଛି । ନମୂନା ପରୀକ୍ଷାରେ ଅନ୍ୟ ରାଜ୍ୟ ପାଇଁ ଓଡିଶା ରୋଲ ମଡେଲ । ଓଡିଶାରେ ପ୍ରତିଦିନ ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ନୂମନା ପରୀକ୍ଷାରେ ଗୋଆ ପ୍ରଥମ, ଦ୍ୱିତୀୟରେ ଓଡିଶାରେ ଥିବା ବେଳେ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି ।

ଅନ୍ୟପଟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ କହୁଛି ଯେ କୋଭି଼ଡ୍ ପଜିଟିଭ୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ପ୍ରଥମ ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଦୈନିକ ପାଖାପାଖି ୫୦ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଯଥେଷ୍ଟ କମ୍ ସଂଖ୍ୟକ ଲୋକଙ୍କ ପାଖରେ କରୋନା ପଜିଟିଭ୍ ଚିହ୍ନଟ କରାଯାଉଛି। ଜାତୀୟ ହାର ଏ କ୍ଷେତ୍ରରେ ୮.୬୯% ଥିବା ବେଳେ ଓଡ଼ିଶା ୬% ରହିଛି। ଅର୍ଥାତ୍ ଜାତୀୟସ୍ତରରେ ପ୍ରତି ଶହେ ଜଣରେ ୮.୬୯ ଜଣ ସଂକ୍ରମିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୬ ରହିଛି। ତାମିଲନାଡ଼ୁ (୮.୨୦%), କେରଳ (୭.୮୦%), ବିହାର (୭.୧୦%), ଆସାମ (୬.୫ ୦%)ଓ ଗୁଜୁରାଟ (୬.୪୦%)ଠାରୁ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି। ଓଡ଼ିଶା ଉପରେ ଉତ୍ତରପ୍ରଦେଶ (୪.୬୦%) , ମଧ୍ୟପ୍ରଦେଶ (୪.୬୦%), ପଞ୍ଜାବ (୪.୧୦%), ରାଜସ୍ଥାନ (୪.୦୦%) ପ୍ରମୁଖ ଅଛନ୍ତି।