ଅକ୍ଟୋବର ୨ରୁ ରାଜ୍ୟର ୫ ମହାନଗର ନିଗମରେ ପ୍ଲାଷ୍ଟିକ ନିଷେଧ ନେଇ ଜାରି ହେଲା ନିର୍ଦ୍ଦେଶନାମା

ପ୍ଲାଷ୍ଟିକ୍ ନିଷେଧ ନିୟମର ଉଲଂଘନ ! ଖୁଲମଖୁଲା ଚାଲିଛି ପଲିଥିନ୍ ବ୍ୟବହାର

କନକ ବ୍ୟୁରୋ : ଅକ୍ଟୋବର ୨ରୁ ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ସମେତ ପୁରୀ ପୌରପାଳିକା ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ଲାଷ୍ଟିକ ନିଷେଧ ନେଇ ସେପ୍ଟେମ୍ବର ୫ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏନେଇ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏହାପରେ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁମାନଙ୍କ ନିକଟରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ଠାରୁ ଅଧିକ ମାଇକ୍ରନରର ପଲିଥିନ୍ ଓ ପ୍ଲାଷ୍ଟିକ ସାମଗ୍ରୀ ଅଛି ତାହାକୁ ଆସନ୍ତା ମାସକ ମଧ୍ୟରେ ଶେଷ କରିବେ। ଅକ୍ଟେବାର ୨୬ ପରେ ଏହି ସାମଗ୍ରୀ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

publive-image

ଲୋକ ଯେପରି ପ୍ଲାଷ୍ଟିକ ନିଷେଧ ନେଇ ସଚେତନ ହେବେ ସେଥିପାଇଁ ଆସନ୍ତା ବର୍ଷକ ପାଇଁ ପ୍ରତ୍ୟେକ ସିନେମା ହଲରେ ଏନେଇ ବିଜ୍ଞାପନ ପ୍ରସାରଣ ହେବ। ସେହିପରି ୬ଟି ପୌରାଞ୍ଚଳରେ ଥିବା ପଲିଥିନ୍ ଫ୍ୟାକ୍ଟ୍ରି ତୁରନ୍ତ ବନ୍ଦ କରିବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କ ସହାୟତାରେ ପଦକ୍ଷେପ ନେବାକୁ କୁହାଯାଇଛି। ସେଣ୍ଟର ଫର୍ ଏନଭାଇରନମେଣ୍ଟ ଷ୍ଟଡିଜ୍, ଓଡ଼ିଶା ପକ୍ଷରୁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe