ଓଡିଶାରେ ଆରମ୍ଭ ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ । ସ୍ଥାନ ପାଇଲା ଓଡିଆ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟ...

Advertisment
ଓଡିଶାରେ ଆରମ୍ଭ ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ । ସ୍ଥାନ ପାଇଲା ଓଡିଆ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟ...

କନକ ବ୍ୟୁରୋ: କଳା ଓ ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆଉ ଓଡିଶାର ଚିତ୍ରଶିଳ୍ପୀ ବି ନିଜ ଚମତ୍କାର ସୃଜନଶୀଳତା ପାଇଁ ସବୁଠି ଶ୍ରେଷ୍ଠତ୍ୱ ହାସଲ କରିଛନ୍ତି । ଏହି ଚିତ୍ରକଳା ଓ ସଂସ୍କୃତିକୁ ଏକ ସୁଉଚ୍ଚ ସ୍ଥାନରେ ପହଞ୍ଚାଇବାକୁ କଳାର କଳ୍ପନା କରିଛି ଦି ଟ୍ରାଇବ୍ ଷ୍ଟୋର୍ । ଆଉ ଇନଫିନିଟି ଆର୍ଟ ହାଉସ୍ ବ୍ୟାନରରେ ପ୍ରଥମ ଥର ପାଇଁ ଭାରତରେ ଆରମ୍ଭ ହୋଇଛି ଅନଲାଇନ ଆର୍ଟ ଏଗଜିଭିସନ ଅର୍ଥାତ ଭର୍ଚୁଆଲ ମାଧ୍ୟରେ ଚିତ୍ରକଳା ପ୍ରଦର୍ଶନୀ । ଯାହାର ନାଁ ରହିଛି ଓଡିଶା: ଦି ଟ୍ରୁ କଲର ଅଫ ଆର୍ଟ । ଏହି ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ଓଡିଶାର ବହୁ ଶିଳ୍ପୀଙ୍କ ସୃଜନାତ୍ମକ ସର୍ଜନାକୁ ଦେଶ ସହ ବିଦେଶରେ ବି ପହଞ୍ଚାଇପାରିବ ।

୩୧ ଜଣ ବଛା ବଛା ଶିଳ୍ପୀଙ୍କର ୧୧୭ଟି ଚିତ୍ରକଳା ଏହି ଅନଲାଇନ ପ୍ରଦର୍ଶନୀରେ ସ୍ଥାନପାଇଥିବା ବେଳେ ଏହା ହେଉଛି ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ଯାହା ଓଡିଶାର ଦକ୍ଷ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟକୁ ନେଇ ଆରମ୍ଭ କରାଯାଇଛି । ବଡ ବଡ ଦେଶରେ ଏମିତି ଚିତ୍ରକଳାକୁ ଅନଲାଇନ ପ୍ରଦର୍ଶନୀ କରାଯାଏ ମାତ୍ର ପ୍ରଥମ ଥର ପାଇଁ ଓଡିଶାରୁ, ଓଡିଆ ଚିତ୍ରକରଙ୍କ ଛବିକୁ ନେଇ ଏମିତି ଏକ ନିଆରା ପ୍ରଦର୍ଶନୀ କରିଛନ୍ତି ଟ୍ରାଇବ ଷ୍ଟୋରର ପ୍ରତିଷ୍ଠାତା ରୁଦ୍ର ପ୍ରସାଦ ଦାସ ।

publive-image

ଅନଲାଇନ ଚିତ୍ରକଳା ପ୍ରଦର୍ଶନୀରେ ପଦ୍ମଭୂଷଣ ଯତୀନ ଦାସ, ବିଜୟ ବିଶ୍ୱାଳ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସତ୍ୟରଞ୍ଜନ ସାହୁ, ପଞ୍ଚାନନ ସାମଲ, ନିତ୍ୟାନନ୍ଦ ଓଝା ଆଦି ଅନେକ ପ୍ରତିଷ୍ଠିତ ଓ ବରିଷ୍ଠ ଚିତ୍ରଶିଳ୍ପୀଙ୍କ କଳାକୃତି ଏହି ପ୍ରଦର୍ଶନୀରେ ସ୍ଥାନପାଇଛି । ତେବେ ନବାଗତ ଚିତ୍ରଶିଳ୍ପୀ ବା ଚିତ୍ରକଳାରେ ରୁଚି ରଖୁଥିବା ବ୍ୟକ୍ତି ବି ନିଜ ଚିତ୍ରକୁ ଏହି ଅନଲାଇନ ପ୍ରଦର୍ଶନୀକୁ ପଠାଇପାରିବେ । ଗତ ସେପ୍ଟେମ୍ବର ୧୧ ତାରିଖରୁ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ଦିନରେ ଚାଲୁ ରହିବ ବୋଲି କହିଛନ୍ତି ଟ୍ରାଇବ ଷ୍ଟୋରର ପ୍ରତିଷ୍ଠାତା ରୁଦ୍ର ପ୍ରସାଦ ।

publive-image

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଯଦି ଆପଣ ଅନଲାଇନରେ ଆପଣଙ୍କ ପ୍ରିୟ ଚିତ୍ରକରଙ୍କର ପେଣ୍ଟିଂ କିଣିବାକୁ ଚାହୁଁଛନ୍ତି କିମ୍ବା ଅନ୍ୟ ଚିତ୍ର କିଣିବାକୁ ଇଚ୍ଛୁକ ଅଛନ୍ତି ତେବେ ଏହି ୱେବସାଇଟକୁ ଯାଇ କିଣି ପାରିବେ...

www.infinityarthouse.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe