ରାଜ୍ୟରେ ରେକର୍ଡ ଭାଂଗୁଛି ତାତି : ଜଳୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶା

24

କନକ ବ୍ୟୁରୋ : ରାଜ୍ୟରେ ରେକର୍ଡ ଭାଂଗୁଛି ତାତି । ୧୪ ଜିଲ୍ଲାରେ ପାରଦ ୪୦ ଉପରେ । ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ୪୩.୩ ଡିଗ୍ରୀ ରେକର୍ଡ ହୋଇଛି । ମାର୍ଚ ମାସରେ ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଉପକୂଳରୁ ପଶ୍ଚିମ ଓଡିଶା, ଉତରରୁ ଦକ୍ଷିଣ ଓଡିଶା, ସବୁଠି ପାରଦ ଉପର ମୁହାଁ । ବୈଶାଖ ପୂର୍ବରୁ ଅସହ୍ୟ ଖରାରେ ଲୋକେ ତାତି ହେଲେଣି । ସ୍ୱାଭାବିକଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରୀ ଅଧିକ ରହୁଛି ।

ପାଣିପାଗ ବିଶେଷଜ୍ଞଙ୍କ ମତରେ ଏବେ ଉତର ଏବଂ ଉତର ପଶ୍ଚିମ ଦିଗରୁ ତତଲା ପବନ ବୋହିବାରେ ଲାଗିଛି । ଆସନ୍ତା ୨ ରୁ ୩ ଦିନ ଏଭଳି ରହିବ । ବିଶେଷ କରି ପଶ୍ଟିମ ଓ ଆଭ୍ୟନ୍ତରୀଣ ଓଡିଶାର ତାତି ଅସହ୍ୟ ହେବ । ଏପ୍ରିଲ ୨ ତାରିଖରେ କାଳବୈଶାଖୀ ବର୍ଷା ହେଲେ ତାପମାତ୍ରା କମିପାରେ ବୋଲି ଅନୁମାନ କରାଯାଇଛି ।