କନକ ବ୍ୟୁରୋ : ସାରା ରାଜ୍ୟରେ ଡହ ଡହ ଖରା । ଉପକୂଳଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ସବୁଆଡେ ସମାନ ସ୍ଥିତି । ତାପମାତ୍ରା ସ୍ୱାଭାବିକଠାରୁ ୨ଡିଗ୍ରୀ ଅଧିକ ହୋଇଥିବାର ରେକର୍ଡ ହୋଇଛି । ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ଗୁରୁବାର ଦିନ ଟିଟିଲାଗଡର ତାପମାତ୍ରା ୪୦ଛୁଇଁସାରିଛି । ଆସନ୍ତାକାଲିଠାରୁ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ଗ୍ରୀଷ୍ମ ଲହରୀ ବହିବ । ତାପରେ ୨୬ରୁ ୨୮ଯାଏ କେନ୍ଦୁଝର, ଢ଼େଙ୍କାନାଳ ଓ ମୟୂରଭଞ୍ଜର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ତାପରେ ୨୮ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-24-11h26m09s955.png)