ଗାନ୍ଧୀମାର୍ଗରୁ ଆନ୍ଦୋଳନରୁ ଓହରିବା ପାଇଁ ଶିକ୍ଷକଙ୍କୁ ଆଦେଶ ! ଅକ୍ଟୋବର ୨ରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ କରିବେ ଶିକ୍ଷକ

Advertisment
ଗାନ୍ଧୀମାର୍ଗରୁ ଆନ୍ଦୋଳନରୁ ଓହରିବା ପାଇଁ ଶିକ୍ଷକଙ୍କୁ ଆଦେଶ ! ଅକ୍ଟୋବର ୨ରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ କରିବେ ଶିକ୍ଷକ

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଅଭିଭାବକଙ୍କ ପରାମର୍ଶ ଅନୁଯାୟୀ ଆନ୍ଦୋଳନକୁ କୋହଳ କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଆସନ୍ତା ୨୪ ତାରିଖଠାରୁ ମାଟ୍ରିକ୍ ପ୍ରି-ଟେଷ୍ଟ ପରୀକ୍ଷା ହେବାକୁ ଥିବାରୁ ଏହାପୂର୍ବରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଛି ମିଳିତ ମଞ୍ଚ। କାର୍ଯ୍ୟବନ୍ଦ ବଦଳରେ କଳାବ୍ୟାଜ୍ ପରିଧାନ କରି ସେମାନେ ପରୀକ୍ଷା ପରିଚାଳନା କରିବେ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମିଳିତ ମଞ୍ଚର ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

publive-imageଅନ୍ୟପକ୍ଷରେ ବିଧାନସଭା ଅଧିବେଶନ ଶେଷ ହୋଇଥିବାରୁ ଧାରଣା ସ୍ଥଳରୁ ଉଠିଯିବାକୁ ଶିକ୍ଷକମାନଙ୍କୁ ଧମକ ଦେଇଛି ପୁଲିସ। କ୍ୟାପିଟାଲ ଥାନା ଆଇଆଇସି ମାନସ ଗଡ଼ନାୟକ ଗତକାଲି ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଚିଠି ଲେଖି କହିଛନ୍ତି ଯେ ବିଧାନସଭା ସମୟରୁ ଧାରଣା ସ୍ଥଳରେ ବସିଛନ୍ତି। ଗତ ୨୦ ତାରିଖଠାରୁ ଅଧିବେଶନ ଶେଷ ହୋଇଛି। ଏହି ସମୟ ମଧ୍ୟରେ ଦାବି ଉପସ୍ଥାପନ କରିସାରିଛନ୍ତି। ୨୧ ତାରିଖରେ ଆପଣମାନଙ୍କ କୌଣସି ଅନୁମତି ନଥାଇ ଧାରଣା ସ୍ଥଳରେ ବସି ରହିଛନ୍ତି। ତେଣୁ ରାତି ସୁଦ୍ଧା ଧାରଣା ପ୍ରତ୍ୟାହାର କରନ୍ତୁ। ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଏହାପରେ ବି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଆନ୍ଦୋଳନ ଜାରି ରହିଛି। ପୁଲିସର ଧମକକୁ ଡରିବୁ ନାହିଁ ବୋଲି ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

publive-imageମିଳିତ ମଞ୍ଚର ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁଯାୟୀ ଗାନ୍ଧୀମାର୍ଗରେ ଚାଲିଥିବା ଧାରଣା ଦାବି ପୂରଣ ପର୍ଯ୍ୟନ୍ତ ଚାଲୁରହିବ। ଛାତ୍ର ସଂସଦ ନିର୍ବାଚନ ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ୨୪ ତାରିଖଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ପରବର୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପରୀକ୍ଷା ଓ ଶିକ୍ଷାଦାନ କାର୍ଯ୍ୟ କରିବେ। ପ୍ରତ୍ୟେକ ଦିନ ପାଳି କରି ଦୁଇଟି ଜିଲ୍ଲାର ଶିକ୍ଷକ ଧାରଣାରେ ସାମିଲ ହେବେ। ଅକ୍ଟୋବର ୯ ତଥା ଗୋପବନ୍ଧୁ ଜୟନ୍ତୀରେ ଛାତ୍ର, ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନଙ୍କୁ ନେଇ ଭୁବନେଶ୍ୱରରେ ଜନସମାବେଶ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ୧୩ ତାରିଖ ସୁଦ୍ଧା ଯଦି ଦାବି ପୂରଣ କରା ନ ଯାଏ ତେବେ ପରବର୍ତୀ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe