କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । ରାଜ୍ୟରେ ଦିନକୁ ୭ ହଜାର ୩ ଶହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି। ଏହାଛଡା ସ୍ଥିତିର ତଦାରଖ କରିବାକୁ ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।
ବାହାରୁ ଆସୁଥିବା ସମସ୍ତଙ୍କ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଗୋଟିଏ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲାପାଳ ଓ ସିଡ଼ିଏମଓଙ୍କୁ ପଠାଯାଇଛି । ଆରଏମଆରସି ନିର୍ଦ୍ଦେଶକଙ୍କୁ ସେରୋ ସର୍ଭେ ପାଇଁ ପ୍ରସ୍ତାବ ଦିଆଯାଇଛି । ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ୱର, ପୁରୀରେ ସେରୋ ସର୍ଭେ ହେବ । ଦେବଗଡ଼ ଓ ନୟାଗଡ଼ରେ ଆରଟିପିସିଆର ଟେଷ୍ଟିଂ ଲାବ୍ରୋଟୋରି ତୁରନ୍ତ ଖୋଲିବା ପାଇଁ କୁହାଯାଇଛି । ଟେଷ୍ଟିଂ କିଟ ଯାହା ଦରକାର ତାକୁ କିଣିବା ପାଇଁ ରାଜ୍ୟ ଓଷଧ ନିଗମକୁ କୁହାଯାଇଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Medicallab_Test_Covid_virus.jpg)