ଓଡିଶାରେ ସଫଳ ହେଲା ପ୍ଲାଜମା ଥେରାପି : ସୁସ୍ଥ ହେଉଛନ୍ତି ୬ ରୁ ୪ ଜଣ ଗୁରୁତର ଆକ୍ରାନ୍ତ ରୋଗୀ । ଏପରିକି ଏବେ ଦରକାର ପଡୁନାହିଁ ଅମ୍ଲଜାନ ,ଖୁବ ଶୀଘ୍ର କରାଯିବ ଡିସଚାର୍ଜ 

732

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଓଡିଶାରେ ସଫଳ ହୋଇଛି ପ୍ଲାଜମା ଥେରାପି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି । ଏପରିକି ଏବେ ରୋଗୀଙ୍କୁ ଅମ୍ଲଜାନର ମଧ୍ୟ ଦରକାର ପଡୁନାହିଁ  । ଖୁବ ଶୀଘ୍ର ଏମାନଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ପ୍ଲାଜମା ନେଇଥିବା ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବି ସ୍ଥିର ରହିଛି ।

ଅନ୍ୟପଟେ ପ୍ଲାଜମା ଦାନ କରିବାକୁ ଯାଉଥିବା କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଟୁଇଟ କରି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏନଡିଆରଏଫ, ହୋମଗାର୍ଡ , ଅଗ୍ନିଶମବାହିନୀ କର୍ମଚାରୀ ଯେଉଁମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି ତାଙ୍କୁ ପ୍ରଶଂସା କରିଛନ୍ତି । କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଆରୋଗ୍ୟ ହେବାରେ ଏହି ପ୍ଲାଜମା ଥେରାପି ସହାୟକ ହେବ । ପ୍ଲାଜମା ଦାନ କରି ମୂଲ୍ୟବାନ ଜୀବନ ବଂଚାଇ ହେବ । ସର୍ବୋପରି କରୋନା ଯୋଦ୍ଧାଙ୍କ ପ୍ଲାଜମା ଦାନ ଅନ୍ୟ ଆକ୍ରାନ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।