ଯୁକ୍ତ ୨ ପରୀକ୍ଷା ବାତିଲ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ : ମାଷ୍ଟରକ୍ୟାଂଟିନରେ ବିକ୍ଷୋଭ ପ୍ରଦର୍ଶନ; କରୋନା ଯୋଗୁଁ ପରୀକ୍ଷା ବାତିଲ ପାଇଁ ଦାବି 

181

କନକ ବ୍ୟୁରୋ :ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ସମାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଭୁବନେଶ୍ୱରରର ମାଷ୍ଟରକ୍ୟାଂଟିନରେ ଏକାଧିକ କଲେଜର ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯେମିତି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି ସେମିତି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ଯୁକ୍ତ ଦୁଇ ପରୀକ୍ଷା ସମ୍ପର୍କରେ ବର୍ତମାନ ନିଷ୍ପତି ନିଆଯାଇନାହିଁ । ଜୁନ୍ ମାସର ପ୍ରଥମ ସପ୍ତାହରେ ସେତେବେଳେ ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମରେ ଆଗକୁ କାର୍ଯ୍ୟ କରାଯିବ । ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଅତି ବ୍ୟସ୍ତ ନହୋଇ ଅପେକ୍ଷା କରି ଅଧ୍ୟୟନ ଉପରେ ଧାନ ଦେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

Comments are closed.