କନକ ବ୍ୟୁରୋ : ମିଳିଲା ନିଖୋଜ ଯୋଗେଶ ବାଲାଜିଙ୍କ ସନ୍ଧାନ । ଜେନାପୁର ରେଳ ଷ୍ଟେସନରୁ ଯୋଗେଶଙ୍କୁ ଉଦ୍ଧାର କରିଛି ମୈତ୍ରୀ ବିହାର ପୋଲିସ । ପିଲାଟିକୁ ଉଦ୍ଧାର କରିବା ପରେ ଭୁବନେଶ୍ୱର ଆଣୁଛି ପୁଲିସ । ୮ ଦିନ ହେଲା ନିଖୋଜ ଥିଲେ ଯୋଗେଶ ବାଲାଜି ଲିଙ୍ଗାଡ଼ି ।

Advertisment

ପୁଅକୁ ନପାଇ ଗତକାଲି ମୈତ୍ରୀ ବିହାର ଥାନା ଆଗରେ ଧାରଣା ଦେଇଥିଲେ ଯୋଗେଶଙ୍କ ବାପା ମା’ । ତାଙ୍କ ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଥିଲେ ମହାରାଷ୍ଟ୍ରର ଦମ୍ପତି । ତେବେ ତାଙ୍କ ମୋବାଇଲକୁ ଧମକପୂର୍ଣ୍ଣ ମେସେଜ ଆସୁଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ୩ ଲକ୍ଷ ଟଙ୍କା ଦେଲେ ତାଙ୍କ ପୁଅକୁ ଫେରି ପାଇବେ ବୋଲି ଅଜଣା ନମ୍ବରରୁ ମେସେଜ ଆସୁଥିବା ସେ କହିଥିଲେ ।