କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ବେଶ ସରଗରମ ଓଡିଆ ଅସ୍ମିତା ପ୍ରସଙ୍ଗ। ନିର୍ବାଚନୀ ପ୍ରଚାରରୁ ବିଧାନସଭା ସବୁଠି ଓଡିଆ ଅସ୍ମିତାର କଥା। କିନ୍ତୁ ରାଜ୍ୟର ସୀମାନ୍ତ ଅଂଚଳ ଛାତ୍ରଛାତ୍ରୀ ଓଡ଼ିଆ କହିପାରୁନାହାନ୍ତି କି ବୁଝିପାରୁନାହାନ୍ତି। ଶିକ୍ଷା ପାଇଁ ଓଡ଼ିଶା ଅପେକ୍ଷା ପଡ଼ୋଶୀ ଛତିଶିଗଡ଼ ଉପରେ ଅଧିକ ନିର୍ଭର କରୁଛନ୍ତି। ଆମେ କହୁଛୁ ନବରଙ୍ଗପୁର ରାଇଘର ବ୍ଲକ ସୀମାନ୍ତ ଗାଁର କଥା। ଏଠିକାର ଲୋକେ ନିଜ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱାସ କରିପାରୁନାହାନ୍ତି। ଛତିଶଗଡ଼ରେ କମ୍ ଖର୍ଚ୍ଚରେ ଶିକ୍ଷାଲାଭ କରି ହେଉଥିବାରୁ ଓଡ଼ିଶା ଛାଡି ପଡ଼ିଶା ଉପରେ ନିର୍ଭର କରୁଥିବା କହିଛନ୍ତି ।

Advertisment

ଶିକ୍ଷାର ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସୀମାନ୍ତ ଗାଁରେ ଓଡ଼ିଆ ଭାଷା ଓ ଶିକ୍ଷା ବ୍ୟବସ୍ଥା ସଂକଟରେ ପଡ଼ିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନ ମଣ୍ଡଳୀର ବିଦ୍ୟାର୍ଥୀ ପ୍ରାଥମିକ ଶିକ୍ଷା ପାଇଁ ଛତିଶଗଡ ମୁହାଁ ହେବା ଓଡିଶାର ଦୁର୍ବଳ ଶିକ୍ଷା ବ୍ୟବସ୍ଥାର ବଡ଼ ଉଦାହରଣ ବୋଲି କୁହାଯାଉଛି ।

ଓଡ଼ିଶା ଶିକ୍ଷା ବ୍ୟବସ୍ଥାରୁ ଆସ୍ଥା ତୁଟାଇ ଦେଉଥିବା ଛାତ୍ରଛାତ୍ରୀଙ୍କୁ ଭରସା ଦେଇ ଛତିଶଗଡ଼ରୁ ଫେରାଇ ଆଣିବାକୁ ଦାବି ହେଉଛି।