କନକ ବ୍ୟୁରୋ: ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ । କଲେଜରେ ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ବିରାଟ ରାଲି କରାଯାଉଛି । ଏହି ରାଲିରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହିତ ତମାମ ଛାତ୍ରନେତାମାନେ ସାମିଲ ହେଇଛନ୍ତି ।