କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଧଳା ଜହର ଜବତ: ଭଦ୍ରକ ଚାନ୍ଦବାଲି ରୋଡରେ ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ କଲା ଏସଟିଏଫ

କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଧଳା ଜହର ଜବତ: ଭଦ୍ରକ ଚାନ୍ଦବାଲି ରୋଡରେ ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ କଲା ଏସଟିଏଫ

କନକ ବ୍ୟୁରୋ: କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଭଦ୍ରକ ଚାନ୍ଦବାଲି ରୋଡରେ ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ମୀର ମିନହାଜ କାଦ୍ରି ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି ।

ଭଦ୍ରକ ଜିଲ୍ଳା ଚାନ୍ଦବାଲି ରୋଡ୍‌ରୁ ୧ କିଲୋ ୧୪୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌। ଜବତ ହୋଇଥିବା ବ୍ରାଉନ୍‌ସୁଗାରର ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ମିର୍‌ ମିନାଜ କାଦ୍ରି। ତଦନ୍ତକାରୀ ଟିମ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ମିନାଜ ଦୀର୍ଘ ଦିନ ହେବ ବ୍ରାଉସୁଗର ବେପାର କରି ଆସୁଥିଲେ। ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ସଂଯୋଗରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୁଲିସ୍‌। ଗତ ୨୫ ଦିନ ଭିତରେ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି ଓ ସମୁଦାୟ ୨ କିଲୋ ୫୫୨ ଗ୍ରାମ୍‌ ବ୍ର‌ାଉନ୍‌ସୁଗାର ଜବତ କରିଛି।

ସୂଚନାଯୋଗ୍ୟ ଯେ, ଗତ ୨୩ ଦିନ ଭିତରେ ଏସଟିଏଫ ୨ କେଜି ୫୫୨ ଗ୍ରାମ ବ୍ରାଉନସୁଗାର ଓ ୨ କୁଇଂଟାଲ ଗଞ୍ଜେଇ ଜବତ କରିସାରିଲାଣି । ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ କିଏ ଏନେଇ ଖୋଳତାଡ଼ ଚଳାଇଛି ଏସଟିଏଫ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe