ଖୋର୍ଦ୍ଧା ନିକଟରୁ ୧୦ ବନ୍ଧୁକ ସହିତ ୮ ରାଉଣ୍ଡ ଗୁଳି ଓ ବାଇକ ଜବତ : ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ଜଙ୍କିଆ ଥାନା ପୋଲିସ  

120

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରୁ ଧରାପଡିଲା ବଡ ପରିମାଣର ବେଆଇନ ବନ୍ଧୁକ । ଗୁପ୍ତ ସୂଚନା ଆଧାରରେ ପୋଲିସ ଖୋର୍ଦ୍ଧା ନିକଟରୁ ବନ୍ଧୁକ ବେପାରୀଙ୍କୁ ପିଛା କରି ଦୁଇ ବସ୍ତା ବନ୍ଧୁକ ଜବତ କରିଛି । ବସ୍ତା ମଧ୍ୟରୁ ବିଭିନ୍ନ ପ୍ରକାରର ୧୦ ବନ୍ଧୁକ ସହିତ ୮ ରାଉଣ୍ଡ ଗୁଳି ଓ ବାଇକ ଜବତ କରିଛି ପୋଲିସ ।

ଏହି ବନ୍ଧୁକ ଜବତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏସପି ତେଜରାଜ ପଟେଲ । କ୍ରାଇମବ୍ରାଂଚ ଏସଟିଏଫ୍ ପକ୍ଷରୁ ବନ୍ଧୁକ ବ୍ୟବସାୟୀଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି । ବନ୍ଧୁକ ସହିତ ଗିରଫ ହୋଇଥିବା ଦୁଇ ଜଣଙ୍କ ନାଁରେ ପୂର୍ବରୁ ରହିଛି ଅନେକ ମାମଲା । ଆଗକୁ ତଦନ୍ତ ବଢିଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି କ୍ରାଇମବ୍ରାଂଚ ଏସପି ।

Comments are closed.