ଦରମା ବଢାଅ ନଚେତ୍ ମୂଲ୍ୟାୟନ କରିବୁ ନାହିଁ : ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘର ଚେତାବନୀ ।

289

କନକ ବ୍ୟୁରୋ: ଦରମା ବଢାଅ ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ କରିବୁ ବର୍ଜନ । ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘ ଏଭଳି ଚେତାବନୀ ଦେଇଛି । ଡିଗ୍ରୀ କଲେଜ ଅଧ୍ୟାପକଙ୍କ ହାରରେ ପ୍ରାଥମିକ ଗ୍ରେଡ ପେ’ କୁ ୪୬୦୦ରୁ ୫୪୦୦ କରିବାକୁ ଦାବି କରିଛି ସଂଘ । ଯଦି ସରକାର ସଂଘର ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘ କାର୍ଯ୍ୟବନ୍ଦ କରିବା ସହ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ କରିବାକୁ ସଂଘ ଚେତାଇ ଦେଇଛି ।