ଅକ୍ସିଜେନ ପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର : ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଦିଆଯିବ ଅକ୍ସିଜେନ

ଜିଲ୍ଲାପାଳ, କମିଶନର, ସିଡିଏମଓ ଓ ମେଡିକାଲ କଲେଜକୁ ଚିଠି

199

କନକ ବ୍ୟୁରୋ : ଅକ୍ସିଜେନ ପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର । ଅକ୍ସିଜେନ ସ୍ତର ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଅକ୍ସିଜେନ ଲାଗୁ ହେବ । ଏ ନେଇ ସମସ୍ତ ଜିଲ୍ଲାପାଳ, କମିଶନର, ସିଡିଏମଓ ଓ ମେଡିକାଲ କଲେଜକୁ ଚିଠି ଲେଖାଯାଇଛି । ଏସଓପିରେ କୁହାଯାଇଛି, ଯଦି ସଠିକ ଢଙ୍ଗରେ ଅକ୍ସିଜେନ ଯୋଗାଣ ନହୁଏ ତାହାହେଲେ ସମସ୍ୟା ଉପୁଜିପାରେ । ଅକ୍ସିଜେନ ସଠିକ ସମୟରେ ବ୍ୟବହାର କଲେ ମୃତ୍ୟୁହାର କମିବ । ରାଜ୍ୟରେ ପ୍ରତି ଶହେ ଆକ୍ରାନ୍ତରେ ୮୦ ଜଣ ଘରେ ଚିକିତ୍ସିତ ହେଉଛନ୍ତି । ବାକି ୨୦ ଜଣକ ମଧ୍ୟରୁ ୧୭ ଜଣଙ୍କୁ ଅକ୍ସିଜେନ ବେଡ ଆବଶ୍ୟକ ପଡୁଛି । କେବଳ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ପାଇଁ ଏହା ଲାଗୁ ହେବ ବୋଲି ଏସଓପିରେ କୁହାଯାଇଛି ।